ନବନୀତା ବ୍ୟୁରୋ। କରୋନା ମୁକ୍ତ ହେଲା ଵୈଶ୍ଚିକ ମହାମାରୀର ଉତ୍ପତ୍ତି ସ୍ଥଳ। ଦିନେ ଯେଉଁଠି ହଜାର ହଜାର ଲୋକ ମୃତ୍ୟୁବରଣ କରିଥିଲେ। ଏବେ ସେଇଠି ଗୋଟିଏ ରୋଗୀ ଚିହ୍ନଟ କି ଜଣଙ୍କ ବି ମୃତ୍ୟୁ ଘଟୁନି। ଚୀନ ବୁହାନ ମେଡିକାଲରେ ଭର୍ତ୍ତି ହୋଇଥିବା କରୋନା ସଂକ୍ରମଣ ରୋଗୀ ସଂଖ୍ୟା ରବିବାର ଶୁନ ହୋଇଯାଇଛି। ସୂଚନାଯୋଗ୍ୟ ଯେ ଚୀନ ବୁହାନ ସହରରେ କରୋନା ଭୂତାଣୁ ଜନ୍ମ ନେଇଥିଲା। ଏହାର ମୁକାବିଲା ଲାଗି ଏଠାରେ ଦୀର୍ଘ ୭୬ ଦିନ ଯାଏ ଲକ୍ ଡାଉନ୍ କରାଯାଇଥିଲା, ଯାହା ଏପ୍ରିଲ ୮ ତାରିଖରେ ଶେଷ ହୋଇଥିଲା।
ଚୀନର ରାଷ୍ଟ୍ରୀୟ ସ୍ଵାସ୍ଥ୍ୟ ଆୟୋଗର ଜଣେ ପ୍ରବକ୍ତା ମି ଫେଙ୍ଗଙ୍କ କହିବା ଅନୁସାରେ ବୁହାନ ରେ ସ୍ଵାସ୍ଥ୍ୟ କର୍ମଚାରୀଙ୍କ କଠିନ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇ ପାରିଛି। ଦେଶ ସାରା ଭୂତାଣୁ ଯୁଦ୍ଧରେ ଏହି ସ୍ଵାସ୍ଥ୍ୟ କର୍ମଚାରୀଙ୍କୁ ଯେଉଁ ସହରକୁ ପଥା ଯାଉଥିଲା ତାର ପରିଣାମ ଏବେ ସମସ୍ତଙ୍କ ଆଖି ସାମ୍ନାରେ।
ନ୍ୟୁଜ ଏଜେନସି ସିହ୍ନୁଆ ରିପୋର୍ଟ ଅନୁସାରେ ବୁହାନରେ କରୋନା ସଂକ୍ରମିତ ହୋଇଥିବା ଅନ୍ତିମ ରୋଗୀ ଶୁକ୍ରବାର ଠିକ୍ ହୋଇଥିଲା। ଯଦ୍ୱାରା ସହରରେ କରୋନା ରୋଗୀ ସଂଖ୍ୟା ଶୂନ୍ୟ ହୋଇଯାଇଛି।
ହୁବେଇର ରାଜଧାନୀ ଚୀନର ବୁହାନ ସହର। ଏହାରି ମଧ୍ୟରେ ହୁବେଇ ଅଞ୍ଚଳର ସ୍ଵାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, ଶନିବାର କରୋନା ଭୂତାଣୁ ରେ କୌଣସି ବ୍ୟକ୍ତିର ମୃତ୍ୟୁ ହୋଇନି କି ନୂଆ ମାମଲା ସାମନାକୁ ଆସିନାହିଁ। ସେ କହିଛନ୍ତି ଯେ ୧୧ ରୋଗୀ ସୁସ୍ଥ ହେବା ପରେ ମେଡିକାଲରୁ ଛୁଟି ଦିଆ ଯାଇଛି।
ହୁବେଇରେ ଏଯାଏ ୬୮୧୨୮ ମାମଲା ସାମନାକୁ ଆସିଥିବା ବେଳେ କେବଳ ବୁହାନରେ ୫୦,୩୩୩ ମାମଲା ରହିଛି। ଜାନୁଆରୀ ଆରମ୍ଭରେ ଏଠାରେ କରୋନା ସଂକ୍ରମଣ ଆରମ୍ଭ ହୋଇ ପୁରା ସହରକୁ ବ୍ୟାପୀ ଯାଇଥିଲା। ଏବେ ସମଗ୍ର ବିଶ୍ଵର ଅଧିକାଂଶ ଦେଶର ଲୋକେ ଏହାର ଦଶା ଭୁଗୁଛନ୍ତି।
