ନବନୀତା ବ୍ୟୁରୋ, ଭୁବନେଶ୍ୱର। ମହାମାରୀ କରୋନା ଭୂତାଣୁ ସଂକ୍ରମଣରେ ଓଡ଼ିଶାରେ ପ୍ରଥମ ମୃତ୍ୟୁ। ମୃତ ବ୍ୟକ୍ତିଙ୍କ ବୟସ ୭୨ ବର୍ଷ। ଘର ଭୁବନେଶ୍ୱର ଝାରପଡ଼ା ଅଞ୍ଚଳରେ ବୋଲି ଜଣା ପଡିଛି। ଶ୍ୱାସକ୍ରିୟାଜନିତ ସମସ୍ୟା ଯୋଗୁଁ ଗତ ୪ ତାରିଖରେ ତାଙ୍କୁ ଏଏମସରେ ଭର୍ତ୍ତି କରାଯାଇଥିଲା।ହେଲେ ସୋମବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ପରୀକ୍ଷା କରିବା ପରେ କରୋନା ଭାଇରସ ରିପୋର୍ଟ ପଜିଟିଭ୍ ଆସିଥିବା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
One 72 years male belonging to Jharpada had been admitted to AIIMS Bhubaneswar on 4th April with complaint of respiratory distress. He had history of chronic hypertension. He expired on 6th April. He was tested positive for COVID-19.
Contact tracing and containment is ongoing.— H & FW Dept Odisha (@HFWOdisha) April 7, 2020
ଏହା କରୋନା ଭୂତାଣୁରେ ରାଜ୍ୟରେ ପ୍ରଥମ ମୃତ୍ୟୁ ବୋଲି କୁହାଯାଉଛି। ତେବେ ତାଙ୍କ ସହିତ ମିଳାମିଶା କରିଥିବା ଲୋକଙ୍କୁ ଠାବ କରିବା ଲାଗି ଉଦ୍ୟମ ଚଳାଇଛନ୍ତି ରାଜ୍ୟ ସରକାର।
One more Covid 19 positive case in Bhubaneswar.
Male, 45 years, Madhusudan Nagar, Unit IV— H & FW Dept Odisha (@HFWOdisha) April 7, 2020
ସେପଟେ ରାଜଧାନୀ ଭୁବନେଶ୍ୱରରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ବ୍ୟକ୍ତିଙ୍କ ବୟସ ୪୫ ବର୍ଷ। ଘର ୟୁନିଟ୍ ୪ ମଧୁସୂଦନ ନଗର ଅଞ୍ଚଳର ବୋଲି ସୂଚନା ଦେଇଛି ସ୍ଵାସ୍ଥ୍ୟ ବିଭାଗ। ଏଥିସହ ଓଡ଼ିଶାରେ ୪୧ରେ ପହଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସେ ମଧ୍ୟରେ କେବଳ ୩୨ ଜଣ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାର ମୁକାବିଲା ପାଇଁ ରାଜ୍ୟସରକାର ଜୋର ସୋର ଉଦ୍ୟମ ଚଳାଇଛନ୍ତି। ହେଲେ ଲକ୍ ଡାଉନ୍ ଓ ସଟ ଡାଉନ୍ ପରେ ବି ଲୋକେ ମାନୁନ ଥିବାରୁ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।
