ନବନୀତା ବ୍ୟୁରୋ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ସନ୍ଧ୍ୟାରେ ଲୋକସେବା ଭବନରେ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି ।
#ମୁଖ୍ୟମନ୍ତ୍ରୀଙ୍କ_‘ବୁଲବୁଲ୍’ ସମୀକ୍ଷା
ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।#CycloneBulbul @CMO_Odisha @Naveen_Odisha pic.twitter.com/tQssT7xfxv— Kanak News (@kanak_news) November 11, 2019
ରବିଋତୁରେ ପରିବା ଫସଲ ପାଇଁ ୧୦ ହଜାର ମିନି କିଟ୍, ୩୦ ୟୁନିଟ୍ ଯାଏ ପାନବରଜ ପୁନରୁଦ୍ଧାର ପାଇଁ ୧୫ ହଜାର ଟଙ୍କା, କ୍ଷତିଗ୍ରସ୍ତ ଛତୁଚାଷୀଙ୍କ ପାଇଁ ୪୦ ହଜାର ଟଙ୍କାର ସହାୟତା ଘୋଷଣା କଲେ ନବୀନ। ‘ବୁଲ୍ବୁଲ’ କ୍ଷୟକ୍ଷତିର ସମୀକ୍ଷା ପରେ ଜିଲ୍ଲାପାଳଙ୍କୁ ୧୮ ସୁଦ୍ଧା ରିପୋର୍ଟ ମାଗିଛନ୍ତି ନବୀନ। ଏଥି ସହିତ ୨୪ ସୁଦ୍ଧା ସହାୟତା ବଣ୍ଟନ ପାଇଁ ଜିଲ୍ଲାପାଳଙ୍କୁ ଦେଲେ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବାତ୍ୟା କ୍ଷୟକ୍ଷତି ନେଇ ପଢନ୍ତୁ ବିସ୍ତୃତ ରିପୋର୍ଟ।


