କେନ୍ଦ୍ରର ଜନକଲ୍ୟାଣକାରୀ ଯୋଜନାକୁ ଭୁବନେଶ୍ୱରରେ ଘରେ ଘରେ ପହଞ୍ଚାଇବାକୁ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାଦେଶ ଓ ବିଦେଶବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। କେନ୍ଦ୍ରର ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ରାଜଧାନୀ ଭୁବନେଶ୍ୱରରେ ଘରେ ଘରେ ପହଞ୍ଚାଇବାକୁ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେପି ବିଧାନସଭାସ୍ତରୀୟ ଜନ ସମ୍ବାଦ ଭର୍ଚୁଆଲ ରାଲିରେ ଏକାମ୍ର – ଭୁବନେଶ୍ୱରର ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ଭିଡ଼ିଓ କନଫରେନ୍ସିଂରେ ଏହି ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଏକ ଉତ୍ତମ ସୁଶାସନ ପ୍ରତିଷ୍ଠା ହୋଇପାରିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ କଲ୍ୟାଣକାରୀ ଯୋଜନାର ଲାଭ ଗାଁରୁ ସହର ଯାଏ ତଥା ଗରିବ, କୃଷି, ମହିଳା, ଦିବ୍ୟାଙ୍ଗ, ଯୁବପିଢି ତଥା ସବୁ ବର୍ଗଙ୍କ ନିକଟରେ ପହଞ୍ଚିପାରିଛି। ଏପରିକି ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ ସହର ରୂପେ ଗଢ଼ି ତୋଳିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ଧର୍ମେନ୍ଦ୍ର


ଧର୍ମେନ୍ଦ୍ର ଆହୁରି କହିଛନ୍ତି ଯେ, ମହାମାରୀ ଭଳି ସଂକଟ ସମୟରେ ଦେଶବାସୀ ପ୍ରଧାନମନ୍ତ୍ରୀଙ୍କ ସହ ଠିଆ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଦେଶରେ ଆର୍ଥିକ ପ୍ୟାକେଜ୍ ଘୋଷଣା କରି ସମସ୍ତଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିଛନ୍ତି। ଏଥିସହ ପ୍ରବାସୀ ଶ୍ରମିକଙ୍କୁ ନିଯୁକ୍ତି ଦେବା ପାଇଁ ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ଓଡ଼ିଶାକୁ ସାମିଲ କରି ରାଜ୍ୟକୁ ସମ୍ମାନ ଦେଇଛନ୍ତି।
ମୋଦି ସରକାରର ଦ୍ୱିତୀୟ ଶାସନର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେପି ଜନ ସମ୍ବାଦ ରାଲିକୁ ସଫଳ କରିବା ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ କରିବା ସହ ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ମଜବୁତ୍ କାମ କରିବା ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Leave a Reply