ନବନୀତା ବ୍ୟୁରୋ । ବିଜେପିର ଦୁଇ ରାଜ୍ୟର ନୂଆ ସଭାପତି ନିଯୁକ୍ତ । ଶନିବାର ଦୁଇ ରାଜ୍ୟରେ ବିଜେପିର ନୂଆ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ସତୀଶ ପୁନିଆଙ୍କୁ ରାଜସ୍ଥାନ ଓ ସଂଜୟ ଜୟସୱାଲଙ୍କୁ ବିହାର ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ରାଜସ୍ଥାନରେ ମଦନଲାଲ ସୋନି ରାଜ୍ୟ ସଭାପତି ପଦବୀ ସମ୍ଭାଳୁଥିଲେ । ହେଲେ ଜୁନ ୨୫ ତାରିଖରେ ତାଙ୍କର ଦେହାନ୍ତ ପରେ ଏହି ପଦ ଖାଲି ପଡ଼ିଥିଲା ।
Satish Puniya has been appointed as BJP President of Rajasthan and Sanjay Jaiswal has been appointed as BJP President of Bihar. pic.twitter.com/2rWPYgHmvg
— ANI (@ANI) September 14, 2019
ପ୍ରଦେଶ ଅଧ୍ୟକ୍ଷ ନିଯୁକ୍ତି ନେଇ ବିଜେପି କାର୍ଯ୍ୟାଳୟ ପକ୍ଷରୁ ଶନିବାର ପ୍ରକାଶିତ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି । ରାଜସ୍ଥାନ ଆମେର ବିଧାୟକ ସତୀଶ ପୁନିଆଙ୍କ ହାତରେ ପ୍ରଦେଶର କାର୍ଯ୍ୟଭାର ଅର୍ପଣ କରାଯାଇଛି । ସେହିପରି ଦାରୋମଦାର ଚଂପାରଣ ସାଂସଦ ଡାକ୍ତର ସଂଜୟ ଜୟସୱାଲଙ୍କୁ ବିହାରର ଦାୟିତ୍ୱ ଦିଆଯାଇଛି ।
