ବ୍ୟାଗ ଖୋଳିବା ହେଲା କାଳ: ବିସ୍ଫୋରଣରେ ଗୁରୁତର ବ୍ୟକ୍ତି ବଲାଙ୍ଗିର ସ୍ଥାନାନ୍ତର

ଅପରାଧଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ I ବଲାଙ୍ଗିର ବିଲାଇସାଥୀ ଗାଁରେ ବିସ୍ଫୋରଣ I ପାଟଣାଗଡ ଖପ୍ରାଖୋଲ ରାସ୍ତାର ବିଲାଇସାଥି ଗାଁ ପୋଲ ନିକଟରେ ଏହି ଭୟଙ୍କର ବିସ୍ପୋରଣ ଘଟିଛି I ବିସ୍ପୋରଣରେ ହେମ ସାଗର ସାହୁ ନାମକ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି I ସୂଚନା ଅନୁସାରେ, ଗାଁ ନିକଟରେ ଥିବା ନାଳାକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ହେମ ସାଗର ଏକ ବ୍ୟାଗ ପଡିଥିବା ଦେଖିଥିଲେ I ହେଲେ ସେଥିରେ କିଛି ସାମଗ୍ରି ଥିବା ଦେଖି ଏକ ଲାଠିରେ ଯାଂଚ କରିବା ବେଳେ ବ୍ୟାଗ୍ ବିସ୍ପୋରଣ ଘଟିଥିଲା I ଏଥିରେ ହେମ ସାଗର ଗୁରୁତର ହୋଇଛନ୍ତି I  ବିସ୍ଫୋରଣ ବେଳେ ପ୍ରଚଣ୍ଡ ଶବ୍ଦ କରିଥିବା ପ୍ରତ୍ୟକ୍ଷଦର୍ଶୀ ସୁଚନା ଦେଇଛନ୍ତି I

ତେବେ ଗ୍ରାମବାସୀ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ବି ଆମ୍ବୁଲାନ୍ସ ନ ଆସିବାରୁ ଗୁରୁତର ହେମ ସାଗରଙ୍କୁ ବାଇକ ଯୋଗେ ଡାକ୍ତରଖାନା ଅଣାଯାଇଥିଲା I ପାଟଣାଗଡ ମେଡିକାଲରେ ତାଙ୍କୁ ଭର୍ତ୍ତି କରି ଚିକିତ୍ସା କରାଯାଇଥିଲା I ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି I ପାଟଣାଗଡ ଡାକ୍ତରଖାନାରେ ଉପଜିଲ୍ଲାପାଳ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ପୀଡିତ ପରିବାରକୁ ରେଡକ୍ରସରୁ 25 ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାପଡିଛି I ଅନ୍ୟପଟେ ଏହା ମାଓ ଅଧ୍ୟୁଷିତ ଅଂଚଳ ହୋଇଥିବାରୁ ରାସ୍ତା କଡରେ ବୋମା ବିସ୍ଫୋରଣକୁ ନେଇ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ତେବେ ବମ ସ୍କ୍ୱାର୍ଡ , ପାଟଣାଗଡ ଏସଡିପିଓଙ୍କ ସହ 4 ଜଣ ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରୁଛନ୍ତି I

ସେପଟେ ବଲାଙ୍ଗିର ରିଷିକେଶ ଖିଲାରି କହିଛନ୍ତି , ବରାହ ମାରିବା ଉଦ୍ଧେଶ୍ୟରେ ବ୍ୟାଗରେ ଗୋଲା ରଖା ଯାଇଥିଲା I କିନ୍ତୁ ସେଠାରେ କିଏ ରଖିଥିଲା ସେନେଇ ତଦନ୍ତ ଚଳାଇଛି ପୋଲିସ I