ଏନ୍ଏନ୍ ବ୍ୟୁରୋ। ଶିଶୁ ଦିବସ ଅବସରରେ ଆୟୋଜିତ ସ୍କୁଲସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ଆୟୁଷ ପ୍ରଥମ। ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନକୁ ପଛରେ ପକାଇ ପ୍ରଥମ ସ୍ଥାନ ହାସଲ କରିଛନ୍ତି ମନୋହରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଆୟୁଷ କୁମାର ଠାକୁର। ଶିଶୁ ଦିବସ ଅବସରରେ ଜିଲ୍ଲା ସେସନ କୋର୍ଟ ଆନୁକୂଲ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ସହରର ବିଭିନ୍ନ ସରକାରୀ ଶିକ୍ଷାନୁଷ୍ଠାନର ୨୫ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଚିତ୍ରାଙ୍କନର ବିଷୟବସ୍ତୁ ରହିଥିଲା “ପ୍ରକୃତି ସହ ବନ୍ୟ ଜନ୍ତୁ”।
ତେବେ ପ୍ରତିଯୋଗିତାରେ ମନୋହର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଆୟୁଷ କୁମାର ଠାକୁର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଦ୍ବିତୀୟ ସ୍ଥାନରେ କେନ୍ଦ୍ରୀୟ ବିଦ୍ୟାଳୟର ଛତ୍ରୀ ଅନିଶା ସ୍ୱର ରହିଥିବା ବେଳେ ମନୋହରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଜୟ ଗୁଡିୟା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। କଳାଧାମ ଆର୍ଟ ଅଧକ୍ଷ ଦିଲ୍ଲୀପ ସିଂଦେଓ ଓ ବାସୁଦେବ ମେହେର ଜଜ୍ ଦାୟିତ୍ଵ ତୁଲାଇଥିଲେ ।
ପରେ ଜିଲ୍ଲା ସେସନ କୋର୍ଟ ପରିସରରେ ଅନୁଷ୍ଠିତ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ପରିବାର ଅଦାଲତର ବିଚାରପତି ବେଣୁଧର ପାତ୍ର ଯୋଗ ଦେଇଥିଲେ। ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାର ସମସ୍ତ କୃତି ପ୍ରତିଯୋଗୀଙ୍କୁ ସେ ମାନପତ୍ର ପ୍ରଦାନ କରିଥିଲେ। ତାସହ ଛାତ୍ରଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ କାମନା କରିବା ସହ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ ନେଇ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ଅନ୍ୟ ବିଚାରପତିଙ୍କ ସହ କୋର୍ଟ କର୍ମଚାରୀ ଓ ବିଭିନ୍ନ ସ୍କୁଲର ଚିତ୍ରାଙ୍କନ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ।
