ଆପ ଜିଲ୍ଲା ସଭାପତି ହେଲେ ଆଶିଷ ପାଣ୍ଡେ

ଓଡ଼ିଶାବଡ଼ ଖବରରାଜନୀତି

ଏନ୍ଏନ ବ୍ୟୁରୋ। ଆମ ଆଦମୀ ପାର୍ଟି ବଲାଙ୍ଗିର ଜିଲ୍ଲା ସଭାପତି ହେଲେ ଆଶିଷ ପାଣ୍ଡେ। ଏଥିସହ ନ୍ୟାସନାଲ କାଉନସିଲ ମେମ୍ବର ଦାୟିତ୍ଵ ତୁଲାଇବେ ଆଶିଷ। ରବିବାର ଓଡିଶାର ସାତଟି ଜିଲ୍ଲାରେ ପୁନଃନିର୍ବାଚନ ହୋଇଥିଲା। ସେ ମଧ୍ୟରେ ବଲାଙ୍ଗିରରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଆମ୍ ଆଦମୀ ପାର୍ଟି ଜିଲ୍ଲା ଆବାହକ ତଥା ଆପ ଓଡିଶା ପ୍ରବକ୍ତା ଆହିଶୁ ପାଣ୍ଡେଙ୍କୁ ପୁଣି ଜିଲ୍ଲା ସଭାପତି ଭାବେ ଦାୟିତ୍ଵ ଦିଆଯାଇଛି।

ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ଏମଡି ସଲିମ ଓ ଶାନ୍ତି ସ୍ଵରୁପ ପଣ୍ଡା ଆସିଥିଲେ। ନିର୍ବାଚନରେ ଆଶିଷ ପାଣ୍ଡେଙ୍କୁ ଜିଲ୍ଲା ଦାୟିତ୍ଵ ଦେବା ପରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏ ଅବସରରେ ଆକାଶ ତ୍ରିପାଠୀ ଏବଂ ପ୍ରତିଜ୍ଞା ସାମାଜ ସଂଗଠନର ସଭାନେତ୍ରୀ ବନିତା ପଧାନ ଏବଂ ଜୋହରା ବେଗମ, ଚିନା ଧରୁଆଙ୍କ ସହ ଅନେକ ମହିଳା ନେତ୍ରୀ ଦଳରେ ସାମିଲ ହୋଇ ପ୍ରାଥମିକ ସଦସ୍ୟତା ଗ୍ରହଣ କରିଥିଲେ। ଦଳରେ ଯୋଗ ଦେବା ପରେ ପାଣ୍ଡେ ନେତୃତ୍ୱରେ ଦୃତ ଗତିରେ କାମ କରିବାକୁ କହିଛନ୍ତି ମହିଳା ନେତ୍ରୀ।
ତେବେ ଏହି ସମାବେଶରେ ଆମ୍ ଆଦମି ପାର୍ଟିର ଯୁବ ନେତା ସୁଶାନ୍ତ ପରୁଆ, ଦେଓଗାଁ ବ୍ଲକ ସଭାପତି ସଙ୍କର୍ଷଣ ମହାପାତ୍ର, ଛାତ୍ର ନେତା ହିତେଶ୍ ବଗର୍ତ୍ତି, ସୋସିଆଲ ମିଡ଼ିଆର ଅଶୋକ ସୁନା, ଚାଷୀ ନେତା ଗଙ୍ଗାରାମ ପଟେଲ, ରମାକାନ୍ତ ବେହେରା, ହେମନ୍ତ ସେଠ, ବଲରାମ ସାହୁ, ବିଜୟ ଭୋଇ, ବଲରାମ ଜାଲ, ନଦୀ ବାଗଙ୍କ ସହ ଶତାଧିକ ସକ୍ରିୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ହେଲେ ପଣ୍ଡାଙ୍କ ନେତୃତ୍ୱରେ ଦଳକୁ ଆହୁରି ମଜବୁତ କରିବା ପାଇଁ କାର୍ଯ୍ୟକର୍ତ୍ତାମାନେ ସଂକଳ୍ପ ନେଇଛନ୍ତି।

Leave a Reply