ଜେଏସପିଏଲ ପକ୍ଷରୁ ଆଶା ଦ ହୋପ ପୁନର୍ବାସ କେନ୍ଦ୍ରର ଶୁଭାରମ୍ଭ

ଓଡ଼ିଶାବ୍ୟବସାୟ

ନବନୀତା ବ୍ୟୁରୋ। ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ ଅନୁଗୋଳ ପକ୍ଷରୁ ଛୁଆଙ୍କ ଲାଗି ଆଶା ଦ ହୋପ ପୁନର୍ବାସ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ଜେଏସପିଏଲ୍ ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ ଜିନ୍ଦଲ, ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ଓ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ଏହି କେନ୍ଦ୍ରର ଉଦଘାଟନ କରିଛନ୍ତି।

ବିଶେଷ କରି ଏହି କେନ୍ଦ୍ର ଦିବ୍ୟାଙ୍ଗ ପିଲାଙ୍କ ବିକାଶ ପାଇଁ କାମ କରିବ। ପିଲାଙ୍କୁ ସଶକ୍ତିକରଣ, ସ୍ଵତନ୍ତ୍ର ଶିକ୍ଷା, ଦକ୍ଷତା ବିକାଶ ଆଦି ଦିଗରେ କାର୍ଯ୍ୟ କରିବ। ଏଭଳି ମହତ୍ କାର୍ଯ୍ୟକ୍ରମକୁ ଧନ୍ୟବାଦ୍ ଜଣାଇଛନ୍ତି ଜିଲ୍ଲାପାଳ ଓ ଏସପୀ।

ଶାଲୁ ଜିନ୍ଦଲ କହିଛନ୍ତି ଆଶା ଦ ହୋପ ମାଧ୍ୟମରେ ଜେଏସପିଏଲ ଫାଉଣ୍ଡେସନ ସମାଜର ସାମୂହିକ ଉନ୍ନତି ପାଇଁ ପ୍ରତିବଦ୍ଧ। ଏଥିସହ ସେ ଆହୁରି କହିଛନ୍ତି ଯେ, ରାୟଗଡ଼ରେ ଗତ ୧୦ ବର୍ଷ ମଧ୍ୟରେ ୪୫୦୦ ରୁ ଅଧିକ ଦିଵ୍ୟାଙ୍ଗ ପିଲାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ସଫଳତା ମିଳିଛି। ତେଣୁ ଆଶା କରୁଛି ଏଠାରେ ମଧ୍ୟ ଲୋକେ ଏହାର ଫାଇଦା ଉଠାଇବେ।

Leave a Reply