ନବନୀତା ବ୍ୟୁରୋ। କରୋନା ଲକ୍ ଡାଉନ୍ ଯୋଗୁଁ ବାହାରେ ଫସି ରହିଥିଲେ। ହେଲେ ଘରକୁ ପହଞ୍ଚିବା ଆଗରୁ ପରିବାରକୁ ଆସିଲା ନୂଆ ଅତିଥି।ଟ୍ରେନରେ ପ୍ରସବ କଲେ ମହିଳା। କି ଭାଗ୍ୟ, ଜଣେ ପୁତ୍ର ସନ୍ତାନକୁ ସେ ଜନ୍ମ ଦେଇଛନ୍ତି। ତେବେ ଉଭୟ ମା ଓ ଶିଶୁ ସୁସ୍ଥ ଥିବା ନେଇ ସୂଚନା ଦେଇଛି ପୂର୍ବତଟ ରେଳବାଇ।
ସୂଚନା ଅନୁସାରେ, ପ୍ରବାସୀ ଶ୍ରମିକଙ୍କୁ ନେଇ ସିକନ୍ଦରାବାଦରୁ ବଲାଙ୍ଗିର ଆସୁଥିଲା ଶ୍ରମିକ ସ୍ପେଶାଲ ଟ୍ରେନ୍ ( ନ.୦୭୬୩୧)। ଏହି ଟ୍ରେନରେ ବସି ସ୍ବାମୀସ୍ତ୍ରୀ ଧୁବେଲେ ଓ କୁନ୍ତୀ ନାଗ ନିଜ ଗାଁକୁ ଫେରୁଥିଲେ। ହେଲେ ଟ୍ରେନରେ ଆସୁଥିବା ବେଳେ ରାସ୍ତାରେ କୁନ୍ତୀ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ପ୍ରସୂତି କୁନ୍ତିଙ୍କ ଘର ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ପଖନମୁଣ୍ଡା ଗାଁର ବୋଲି ଜଣାପଡିଛି। ଉଭୟ ମା ଓ ଶିଶୁ ସୁସ୍ଥ ଅଛନ୍ତି। ସେମାନଙ୍କୁ ବଲାଙ୍ଗିର ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଥିବା ପୂର୍ବତଟ ରେଳବାଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଘରକୁ ଫେରିବା ଆଗରୁ ଆସିଲା ନୂଆ ଅତିଥି: ଶ୍ରମିକ ସ୍ପେଶାଲ ଟ୍ରେନରେ ଶିଶୁ ପୁତ୍ର ଜନ୍ମ କଲେ ମହିଳା
