ଦିଲ୍ଲୀ/ଭୁବନେଶ୍ୱର: ସରିଲା ନାଟକବାଜୀ । ଶେଷରେ ଏଆଇସିସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାହୁଲ ଗାନ୍ଧୀ । ଏନେଇ ନିଜେ ରାହୁଲ ଗାନ୍ଧୀ ୪ ପୃଷ୍ଠା ସମ୍ବଳିତ ଏକ ଇସ୍ତଫା ପତ୍ର ଦେବା ସହ ଟ୍ୱିଟରରେ ସେୟାର ବି କରିଛନ୍ତି । ଏଥିସହ ସେ ଆଉ ନିଜ ଇସ୍ତଫା ପ୍ରତ୍ୟାହାର ନ କରିବାକୁ ନିଷ୍ପତି ନେଇଛନ୍ତି । ଇସ୍ତଫା ପତ୍ରରେ ରାହୁଲ କହିଛନ୍ତି ଯେ, ଗତ ସାଧାରଣ ନିର୍ବାଚନରେ ପରାଜୟ ଲାଗି ନିଜକୁ ଦାୟୀ କରିଛନ୍ତି । ସେ ନିଜ ଇସ୍ତଫା ପତ୍ର ଟ୍ୱିଟରରେ ସେୟାର କରି କହିଛନ୍ତି ଯେ, କଂଗ୍ରେସର ଭବିଷ୍ୟତ ସହ ଦଳକୁ ସୁଦୃଢ଼ କରିବା ଲାଗି କଡ଼ା ଫଇସଲା ନେବାକୁ ପଡିବ । କଂଗ୍ରେସ ଦଳରେ ସେବା କରିବା ମୋ ପାଇଁ ସମ୍ମାନର କଥା ବୋଲି ରାହୁଲ କହିଛନ୍ତି । ଏଥିପାଇ ଦେଶ ଓ ନିଜ ସଂଗଠନକୁ ଧନ୍ୟବାଦ ଜଣାଇଛନ୍ତି ରାହୁଲ ।
ଏହା ପୂର୍ବରୁ ରାହୁଲ ଗାନ୍ଧୀ ସଂସଦ ଭବନ ପରିସରରେ ସାମ୍ବାଦିକଙ୍କୁ କହିଥିଲେ ଯେ, ମୁ ଆଉ ଅଧ୍ୟକ୍ଷ ନାହିଁ, ମୁଁ ଇସ୍ତଫା ଦେଇ ସାରିଛି । ନୂଆ ଅଧ୍ୟକ୍ଷ ଲାଗି ଶୀଘ୍ର ନିର୍ବାଚନ କରିବାକୁ କହିଥିଲେ । ଏପରିକି ନୂଆ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଏକ ମାସ ମଧ୍ୟରେ ଶେଷ କରିବାକୁ ସେ କହିଥିଲେ ।
ଲୋକସଭା ନିର୍ବାଚନ ପରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଗତ ୨୫ ମେ’ରେ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦ ଛାଡ଼ିବାକୁ କହିଥିଲେ । ହେଲେ କାର୍ଯ୍ୟକାରୀ ସମିତିର କିଛି ସଦସ୍ୟ ଏହାକୁ ଖାରିଜ କରି ଦେଇଥିଲେ । ଏହା ପରେ ଲଗାତର ରାହୁଲ ଇସ୍ତଫା ଦେବାକୁ ଜିଦ ଧରି ବସିଥିଲେ । ହେଲେ ଦଳର କିଛି ବରିଷ୍ଠ ନେତା ରାହୁଲଙ୍କୁ ନେତୃତ୍ୱ ନେବାକୁ କହିିଥିଲେ ।
ତେବେ ରାହୁଲଙ୍କ ଉତ୍ତରାଧିକାରୀ କିଏ ହେବ? କଂଗ୍ରେସର ମଂଗୁଆଳ ସାଜିବ କିଏ, ତାହା ଏବେ ସମସ୍ତଙ୍କ ନଜର ରହିଛି । ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ବୋରା, ସୁଶୀଳ କୁମାର ସିନେ୍ଧ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତଙ୍କ ନାଁ ଅଧିକ ଚର୍ଚ୍ଚାରେ ରହିଛି । ତେବେ ମୋତିଲାଲ ବୋରା ମଧ୍ୟବର୍ତ୍ତୀକାଳିନ ଅଧ୍ୟକ୍ଷ ବୋଲି କୁହାଯାଉଛି । ହେଲେ ଏନେଇ ତାଙ୍କ ପାଖରେ କୌଣସି ସୂଚନା ନ ଥିବା କହିଥିଲେ । ପୂର୍ବରୁ ଗେହଲତ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟି ୪୦ ମିନିଟ ଧରି ଆଲୋଚନା କରିଛନ୍ତି । ହେଲେ ଏହା ପୂର୍ବରୁ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ରାହୁଲ ସମସ୍ତଙ୍କୁ ନିଜ ପଦରେ ରହିବାକୁ ଅନୁରୋଧ କରିଥିଲେ । କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ନେଇ ଫେଲ ମାରିଥିବା ରାହୁଲ ଏବେ ରିମୋଟ ମାଧ୍ୟମରେ ଦଳକୁ ନିୟନ୍ତ୍ରଣ କରିବେ ବୋଲି ଚର୍ଚ୍ଚା ହେଉଛି ।..
ଟ୍ୱିଟରରୁ ହଟାଇଲେ ଅଧ୍ୟକ୍ଷ ପଦ
ଲିଖିତ ଇସ୍ତଫା ଦେବା ସହ ରାହୁଲ ଗାନ୍ଧୀ ସୋଶାଲ ମିଡ଼ିଆ ଉପରେ ମଧ୍ୟ ନ୍ଖକ୍ସ ଇସ୍ତଫାର ମୋହର ଲଗାଇଛନ୍ତି । ରାହୁଲ ନିଜ ଟ୍ୱିଟର ଆକାଉଂଟରୁ କଂଗ୍ରେସ ଅଧ୍ୟକ୍ଷ ହଟାଇ ଦେଇଛନ୍ତି । ଏବେ ଅଧ୍ୟକ୍ଷ ଜାଗାରେ ସାଂସଦ ଲେଖାଯାଇଛି ।
ଇସ୍ତଫାରେ କଣ କହିଛନ୍ତି ରାହୁଲ
୨୦୧୯ ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ଲାଗି ନିଜକୁ ଦାୟୀ କରିଛନ୍ତି ରାହୁଲ
ତେବେ ହାର ପାଇଁ ସମସ୍ତଙ୍କୁ ଦାୟୀ କରିବାକୁ ହେବ, ଅନ୍ୟକୁ ଦାୟୀ କରିବା ମୁ ନିଜ ଦାୟିତ୍ୱବୋଧକୁ ଅଣଦେଖା କରିବି ତାହା ଠିକ ନୁହେଁ
ଦଳକୁ ସୁଦୃଢ଼ କରିବା ଲାଗି କଡ଼ା ଫଇସଲା ନେବାକୁ ପଡ଼ିବ
୨୦୧୯ରେ କେବଳ ଗୋଟିଏ ଦଳ ବିପକ୍ଷରେ ଲଢ଼ିନଥିଲା କଂଗ୍ରେସ
ଦେଶର ପୁରା ସିଷ୍ଟମ, ସବୁ ସଂସ୍ଥା ଆମ ବିରୋଧରେ ଥିଲେ
ବିଜେପି ଲୋକଙ୍କ ସ୍ୱରକୁ ବନ୍ଦ କରୁଛି
ଭାଜପାର ନୂଆ ଭାରତ ଗଠନର ଆଦର୍ଶ ବିରୋଧରେ ଲଢ଼େଇ ଜାରି ରହିବ
ଅସଲି ବିପଦ ଏହା ହେଉଛି କି, ନିର୍ବାଚନ କେବଳ ଔପୌଚାରିକତା ବନି କ ରି ରହି ନ ଯାଉ।
କଣ ପାଇଁ ଏଆଇସିସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାହୁଲ ଗାନ୍ଧୀ, ଜାଣନ୍ତୁ ଏହି ଖବର
