ଭୁବନେଶ୍ୱର, ନବନୀତା ବ୍ୟୁରୋ: ରାଜ୍ୟରେ ଶିଳ୍ପ ସଂସ୍ଥାରେ ବାହାର କର୍ମଚାରୀଙ୍କ ନିଯୁକ୍ତି ନେଇ ବିଧାନସଭା ଗୃହରେ ଉଦବେଗ୍ । ଶାସକ ଓ ବିରୋଧୀ ଉଭୟ ଦଳର ସଦସ୍ୟ ପ୍ରଶ୍ନକାଳ ସମୟରେ ଏନେଇ କଥା ଉଠାଇଥିଲେ । ଏଥିସହ ଶିଳ୍ପ ସଂସ୍ଥାରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳୁ ବୋଲି ଦାବି କରିଛନ୍ତି । ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ଏନେଇ ଗୃହରେ ଉତ୍ତର ରଖି କହିଛନ୍ତି, ୨୦୧୭-୧୮ରେ ୫୫୦ ଶିଳ୍ପ ସଂସ୍ଥାରେ ୨ ଲକ୍ଷ ୬୬ ହଜାର ୮୫୪ ଜଣ କର୍ମଚାରୀ ରହିଛନ୍ତି । ହେଲେ ସେଥିମଧ୍ୟରୁ ୩୯ ହଜାର ୮୯୩ ଜଣ କର୍ମଚାରୀ ବାହାର ରାଜ୍ୟର ବୋଲି କହିଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ।
ନିଯୁକ୍ତି କ୍ଷେତ୍ରରେ କୁଶଳୀ ଶ୍ରମିକଙ୍କ ଲାଗି ୬୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଥିବା ବେଳେ ଅର୍ଦ୍ଧକୁଶଳୀ ଓ ଅଣକୁଶଳୀଙ୍କ ଲାଗି ୯୦ ପ୍ରତିଶତ ଥିବା ସେ କହିଛନ୍ତି । ହେଲେ ପାରାଦୀପର ଆଇଓସିଏଲ, ଇଫକୋ , ପିପିଟି ଓ ପିପିଏଲରେ ସ୍ଥାନୀୟ ଲୋକ କେତେ ନିଯୁକ୍ତି ପାଇଛନ୍ତି ତାର ଉତ୍ତର ଦେଇ ପାରିନଥିଲେ ମନ୍ତ୍ରୀ ସୁଶାନ୍ତ ସିଂ । ହେଲେ ରାଜ୍ୟର ବିଭିନ୍ନ ଶିଳ୍ପ ସଂସ୍ଥାରେ ୩୯ ହଜାର ୮୯୩ ଜଣଙ୍କୁ ନିଯୁକ୍ତି ମିଳିଥିବା ସେ ମାନିଥିଲେ ।
ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ମାନିଲେ, ବାହାର ରାଜ୍ୟର ୩୯ ହଜାର ୮୯୩ ଜଣଙ୍କୁ ଦିଆଯାଇଛି ନିଯୁକ୍ତି
