ଦିଲ୍ଲୀ/ଭୁବନେଶ୍ୱର: ମହେନ୍ଦ୍ର ସିଂ ଧୋନୀ ଭାରତୀୟ କ୍ରିକେଟ ଟିମର ସଫଳ ଅଧିନାୟକଙ୍କ ମଧ୍ୟରେ ଅନ୍ୟତମ । ମାହି ଏବେ ଅଧିନାୟକ ନାହାନ୍ତି ସତ, କିନ୍ତୁ ଏବେ ବି ସେ ଟିମର ବିଜୟୀ ଲାଗି ପଡ଼ିଆରେ ରଣନୀତି ପ୍ରସ୍ତୁତ କରିଥାନ୍ତି ନିଶ୍ଚିତ । ୭ ଜୁଲାଇ ୧୯୮୧ ମସିହାରେ ଧୋନୀ ରାଂଚିରେ ଜନ୍ମ ଗ୍ରହଣ କରିଛନ୍ତି । ପ୍ରାୟ ୧୫ ବର୍ଷର କ୍ୟାରିୟର ସମୟରେ ଅଧିନାୟକ, ବ୍ୟାଟସମ୍ୟାନ ଓ ୱିକେଟ ରକ୍ଷକ ଭାବେ ଅନେକ କିର୍ତ୍ତୀମାନ ସ୍ଥାପନ କରିଛନ୍ତି ଧୋନି ।
୬ ନମ୍ବର ବ୍ୟାଟସମ୍ୟାନ ଭାବେ ସବୁଠୁ ଅଧିକ ରନ୍
ଦିନିକିଆ କ୍ୟାରିୟରରେ ଧୋନୀ ଅଧିକ ସମୟ୬ କିମ୍ବା୭ ନମ୍ବରରେ ଆସି ବ୍ୟାଟିଂ କରିଥାନ୍ତି । ଏହି ସମୟରେ ମଧ୍ୟ ସେ ଅନେକ ମ୍ୟାଚରେ ଭାରତକୁ ବିଜୟୀ କରାଇବାରେ ତାଙ୍କର ଅହମ ଭୂମିକା ରହିଛି । ୬ ନମ୍ବରରେ ଆସି ବ୍ୟାଟିଂ କରି ଧୋନି ୧୩୯ ମ୍ୟାଚରେ ୪୧୬୪ ରନ ସଂଗ୍ରହ କରିଛନ୍ତି । ତାଙ୍କର ବେଷ୍ଟ ସ୍କୋର ହେଇଛି ଅପରାଜିତ୧୩୯ ରନ୍ ।
ଦିନିକିଆ ୱିକେଟ ରକ୍ଷକ ଭାବେ ସବୁଠୁ ଅଧିକ ରନ୍
ଦିନିକିଆରେ ଧୋନିଙ୍କ ସର୍ବଶ୍ରେଷ୍ଠ ସ୍କୋର ହେଉଛି ଅପରାଜିତ ୧୮୩ ରନ୍ । ୨୦୦୫ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ଏହି ରେକର୍ଡ କରିଥିଲେ । ୧୪୫ ବଲରେ ୧୦ ଛକ୍କା, ୧୫ ଚଉକା ମାରି ଧୋନି ୧୮୩ ରନ ସଂଗ୍ରହ କରିଥିଲେ ।
ଅଷ୍ଟ୍ରେଲିଆରେ କ୍ଲିନ ସ୍ୱିଇପ କରିବା ଜଣେ ମାତ୍ର ଅଧିନାୟକ
ଶକ୍ତିଶାଳି ଅଷ୍ଟ୍ରେଲିଆକୁ ତାଙ୍କ ନିଜ ଦେଶରେ ପରାସ୍ତ କରିବା କିିଛି କମ କଥା ନୁହେଁ । ହେଲେ ମାହି କେବଳ କଂଗାରୁଙ୍କୁ ହରାଇ ନାହାନ୍ତି ବରଂ ସେମାନଙ୍କୁ କ୍ଲିନ ସ୍ୱିଇପ ମଧ୍ୟ କରିଥିଲେ । ଗତ ୨୦୧୫ ମସିହାରେ ଟି-୨୦ ସିରିଜରେ ଅଷ୍ଟ୍ରେଲିଆକୁ ୩-୦ରେ ପରାସ୍ତ କରିଥିଲା ଟିମ୍
ଇଣ୍ଡିଆ । ୧୪୦ ବର୍ଷର ଇତିହାସ ପରେ ପ୍ରଥମ ଥର ଟିମ ଇଣ୍ଡିଆ ଘରୋଇ ଅଷ୍ଟ୍ରେଲିଆ ଦଳକୁ ପଡ଼ିଆରେ କ୍ଲିନ ସ୍ୱିପ୍ କରିଥିଲା ।
ଆଇସିସି ଦିନିକିଆ ର୍ୟାକିଂରେ ୧ ନମ୍ବରରେ ପହଂଚିଥିବା ଦ୍ରୁତତମ ଖେଳାଳି
୨୦୦୪ ଡିସେମ୍ବରରେ ବାଂଲାଦେଶ ବିରୋଧରେ ଦିନିକିଆ କ୍ୟାରିୟରରେ ଧୋନି ନିଜର ପ୍ରଥମ ମ୍ୟାଚ ଖେଳିଥିଲେ । ହେଲେ ଧୋନି ଏଥିରେ ଅସଫଳ ହୋଇଥିଲେ । ଏହାପରେ ପାକିସ୍ତାନ ବିରୋଧରେ ଖେଳାଯାଇଥିବା ସିରିଜରେ ଶାନଦାର ଖେଳ ପ୍ରଦର୍ଶନ କରିଥିଲେ । ସେ ଦିନଠୁ ଆଉ ପଛକୁ ଫେରି ନାହାନ୍ତି ମାହି । ଭଲ ପ୍ରଦର୍ଶନ ଲାଗି ମାହିଙ୍କ ର୍ୟାକିଂ ଉପରକୁ ଉଠିବାକୁ ଆରମ୍ଭ କଲା । ଧୋନି ୪୨ ମ୍ୟାଚ ଖେଳିବା ପରେ ଆଇସିସି ବ୍ୟାଟିଂ ର୍ୟାକିଂରେ ୧ ନମ୍ବରକୁ ପହଂଚିଥିଲେ । ଏହି ରେକର୍ଡ ହାସଲ କରିଥିବା ସମସ୍ତ ଖେଳାଳିଙ୍କୁ ଦୃତତମ ଖେଳାଳି ଭାବେ ପରିଗଣିତ ହୋଇଛନ୍ତି ମାହି ।
ୱିକେଟ ରକ୍ଷକ ଭାବେ ଦିନିକିଆରେ ସମସ୍ତଙ୍କଠୁ ଅଧିକ ଛକ୍କା
ଏବେ ସୁଦ୍ଧା ଧୋନି ନିଜ କ୍ୟାରିୟରରେ ୩୪୮ ମ୍ୟାଚ ଖେଳି ସାରିଛନ୍ତି । ଏଥିରେ ସେ ୨୨୮ ଛକ୍କା ଲଗାଇ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି । ହେଲେ ତାଙ୍କ ଭଳି ଅନ୍ୟ କୌଣସି ୱିକେଟ ରକ୍ଷକ ଏଭଳି ରେକର୍ଡ କରିବାରେ ସକ୍ଷମ ହୋଇ ପାରି ନାହାନ୍ତି ।
ଛକା ମାରି ଦିନିକିଆ ମ୍ୟାଚ୍ ଶେଷ କରୁଥିବା ଖେଳାଳି
ମ।।ହି ଛକା ମାରି କ୍ରମାଗତ ଭାବେ ଦଳକୁ ଜିତାଇଥାନ୍ତି । ଅନେକ ଥର ସେ ଛକା ମାରି ଭାରତକୁ ବିଜୟୀ କରିଛନ୍ତି । ଧୋନି ଦିନିକିଆରେ ଏବେ ସୁଦ୍ଧା ୯ ଥର ଛକା ମାରି ମ୍ୟାଚ ଶେଷ କରିଛନ୍ତି, ଯାହା ରେକର୍ଡ ସୃଷ୍ଟି ହୋଇଛି । ଛକା ମାରି ଦଳକୁ ଜିତାଇବାରେ ସେ ହେଉଛନ୍ତି ଏକମାତ୍ର ଖେଳାଳି ।
ସବୁଠୁ ମହଂଗା ବ୍ୟାଟ୍
୨୦୧୧ ବିଶ୍ୱକପ ଫାଇନାଲରେ ଧୋନି ଛକା ମାରି ଭାରତକୁ ୨୮ ବର୍ଷ ପରେ ପୁଣି ବିଶ୍ୱକପ ଆଣିଥିଲେ । ତେବେ ଧୋନି ଯେଉଁ ବ୍ୟାଟରେ ବିଜୟୀ ଛକା ଲଗାଇଥିଲେ ତାହା ନିଲାମ ହୋଇଥିଲା । ତାହା ଏକ ଲକ୍ଷ ପାଉଣ୍ଡରେ ବିକ୍ରି ହୋଇଥିଲା, ଯେଉଁଟା ଏବେସୁଦ୍ଧା ସବୁଠୁ ମହଂଗା ବ୍ୟାଟ ଭାବେ ପରିଗଣିତ ହୋଇଛି ।
ବିଶ୍ୱକପରେ ଛକା ମାରି ବିଜୟୀ କରିବାରେ ଏକ ମାତ୍ର ଖେଳାଳି
ଦ୍ୱିତୀୟ ପାରିରେ ବ୍ୟାଟିଂ କରି ଏବେସୁଦ୍ଦା ଚତୁର୍ଥ ଥର ବିଶ୍ୱକପ ପାଇନାଲରେ ବିଜୟୀ ହୋଇଛି । ଏଥିରେ ସବୁଠୁ ଅଧିକ ରନ ଶ୍ରୀଲଙ୍କା ବିରୋଧରେ ୨୭୪ ରନ୍ ଚେଜ୍ କରିଥିଲା ଭାରତ । ସେଥିରେ ଧୋନି ହେଉଛନ୍ତି ଏକମାତ୍ର ଖେଳାଳି ଯିଏ ଛକା ମାରି ଟିମକୁ ବିଶ୍ୱକପ ଫାଇନାଲରେ ବିଜୟୀ କରିଥିଲେ ।
ହାପି ବାର୍ଥ ଡେ’ ଏମଏସଡି: ଡିସେମ୍ବର ୨୦୦୪ରୁ ବିଶ୍ୱକପ ୨୦୧୯ ପର୍ଯ୍ୟନ୍ତ ଧୋନିଙ୍କ ସଫଳ ଅଭିଯାନ
