୨୦୧୯ ଲୋକସଭା ନିର୍ବାଚନ ପରେ ମୋଦିଙ୍କ ପ୍ରଥମ ମନ୍ କୀ ବାତ୍, ଜଳ ସଂରକ୍ଷଣ ଉପରେ ଗୁୁରୁତ୍ୱ

ଦେଶ ଓ ବିଦେଶବଡ଼ ଖବରରାଜନୀତି

ଦିଲ୍ଲୀ/ଭୁବନେଶ୍ୱର, ନବୀନତା ବ୍ୟୁରୋ: ୩ ମାସ ପରେ ପୁଣି ଥରେ ମନ୍ କୀ ବାତ କାର୍ଯ୍ୟକ୍ରମକୁ ଫେରିଲେ ମୋଦି । ୨୦୧୯ ଲୋକସଭା ନିର୍ବାଚନ ପରେ ଏହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ମନ କି ବାତ କାର୍ଯ୍ୟକ୍ରମ । ୨.୦ ସରକାର ଗଠନ ପରେ ପ୍ରଥମ କରି ଦେଶବାସୀଙ୍କୁ ସମ୍ବୋଧନ କରିବା ସହ ପାଣି ସମସ୍ୟାରୁ ଯୋଗ ଦିବସ ଯାଏ ମୋଦି ଦେଶବାସୀଙ୍କୁ ବଖାଣିଥିଲେ । ଏ ଅବସରରେ ବିଜେପିର ବୁଥସ୍ତର ଯାଏ ସମସ୍ତ କାର୍ଯ୍ୟାଳୟରେ ମୋଦିଙ୍କ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ କରା ଯାଇଥିଲା । ସେହିପରି ଗୃହମନ୍ତ୍ରୀ ଅମିତ ଶାହା ଦ୍ୱାରକାର କକରେଲା ଷ୍ଟାଡ଼ିୟମରେ ଏହି କାର୍ଯ୍ୟକ୍ରମ ଶୁଣିଥିଲେ ।
ଏ ଅବସରରେ ମୋଦି କହିଥିଲେ, ପାଣିର ଗୁରୁତ୍ୱକୁ ଦେଖି ଦେଶରେ ନୂଆ ଜଳ ଶକ୍ତି ମନ୍ତ୍ରଣାଳୟ ତିଆରି କରିଛନ୍ତି । ଏଥିରେ ପାଣି ସଂପର୍କୀତ ସମସ୍ତ ବିଷୟର ତ୍ୱରିତ ଫଇସଲା ହୋଇ ପାରିବ । ସ୍ୱଚ୍ଛତା ପରି ଜଳ ସଂରକ୍ଷଣ ପାଇଁ ମଧ୍ୟ ଏକ ଜନ ଆନ୍ଦୋଳନ ଆରମ୍ଭ କରନ୍ତୁ ବୋଲି ମୋଦି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି । ଦେଶବାସୀଙ୍କୁ ପୁଣି ଥରେ ଅନୁରୋଧ କରି କହିଥିଲ, ଆମ ଦେଶରେ ଜଳ ସଂରକ୍ଷଣ ଲାଗି ପାରଂପରିକ ତରିକାରେ ଅନେକ ବର୍ଷ ହେଲା ବିନିଯୋଗ ହୋଇ ଆସୁଛି । ଜଳ ସଂରକ୍ଷଣର ସେହି ପାରଂପରିକ ତରିକା ସଂପର୍କରେ ସମ୍ୟକ ସୂଚନା ଦେଇଥିଲେ ।
ଏଥିସହ ଜଳ ସଂରକ୍ଷଣ ଦିଗରେ ମହତ୍ୱପୂର୍ଣ୍ଣ ଯୋଗଦାନ କରିଥିବା ବ୍ୟକ୍ତି,ସ୍ୱେଚ୍ଛାସେବୀ ସଂସ୍ଥା ଏବଂ ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତଙ୍କୁ ଜଣାନ୍ତୁ । ଏହାକୁ ୰ ଔବଦ୍ଭଝଷବଳଗ୍ଧସ୪ଔବକ୍ଷଝଷବଳଗ୍ଧସ ସହ ସେୟାର କରନ୍ତୁ । ଫଳରେ ତାର ଗୋଟିଏ ଡାବାବେସ ତିଆରି ହୋଇ ପାରିବ ।

ଏଥିସହ ଲୋକସଭା ନିର୍ବାଚନ ଇତିହାସରେ ଚଳିତ ୨୦୧୯ ଲୋକସଭା ନିର୍ବାଚନ ସବଠାରୁ ଗଣତାନ୍ତ୍ରିକ ନିର୍ବାଚନ ଥିଲା । ଏହି ନିର୍ବାଚନ ସଂପନ୍ନ କରିବା ଲାଗି ଉପରିସ୍ଥ ସ୍ତରରେ ପ୍ରଶାସନିକ ଅଧିକାରୀ ଓ ମାନବଶକ୍ତିର ଆବଶ୍ୟକତା ପଡ଼ିଥିବ ତାହା ଆପଣ କଳ୍ପନା କରନ୍ତୁ । ଏଥିଲାଗି ଲକ୍ଷ ଲକ୍ଷ କର୍ମୀ ରାତି ଦିନ ପରିଶ୍ରମ କରିଛନ୍ତି ।
ଯେତେବେଳେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗିଥିଲା ସେତେବେଳେ କେବଳ ରାଜନୈତିକ ସ୍ତରରେ ବିରୋଧ ସୀମିତ ନଥିଲା । ସମସ୍ତ ଲୋକଙ୍କ ମନରେ ଘୋର ଆକ୍ରୋଶ ଆସିଥିଲା ।
ଏହାପରେ ମୋଦି ଯୋଗ ଦିବସ ସଂପର୍କରେ ଦେଶବାସୀଙ୍କୁ କହିଥିଲେ । ୨୧ ଜୁନ ଯୋଗ ଦିବସ ପୁଣି ଥରେ ନୂଆ ଜୋସରେ ଗୋଟିଏ ପରିବାରର ୩-୪ ପୀଢ଼ି ଏକା ସାଂଗରେ ଯୋଗ ପାଳନ କରିଥିଲେ ।ସେ ଆହୁରି କହିଥିଲେ, ଏମିତି କିଛି ଜାଗା ନଥିବ ଯେଉଁଠି ମଣିଷ ଥିବ ସେଠାରେ ଯୋଗ ସହ ଜୁଡା ଯାଇନଥିବ । ଯୋଗ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ପୁରସ୍କାର ଘୋଷଣା ସ୍ୱୟଂ ମୋ ପାଇଁ ବଡ଼ ଆନନ୍ଦର କଥା ବୋଲି ମୋଦି କହିଥିଲେ । ଏହି ପୁରସ୍କାର ଦେଶସାରା ଅନେକ ସଂଗଠନକୁ ଦିଆଯାଇଥିଲା ।