ଜେଏସ୍ଏମ୍ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ

ଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ I ବଲାଙ୍ଗିର ଜେଏସ୍ଏମ୍ ବାଣିଜ୍ୟ, କଳା ଓ ବିଜ୍ଞାନ ମହାବିଦ୍ୟାଳୟରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ହୋଇଯାଇଛି I ଯୋଗ ଶିକ୍ଷୟତ୍ରୀ କୁମାରୀ ଅନୁକଲ୍ପା ଜୋଷୀ ଛାତ୍ରଛାତ୍ରୀମାନଙ୍କୁ ଯୋଗର ଉପକାରୀତା ବିଷୟରେ ବୁଝାଇବା ସହ ଯୋଗ ଅଭ୍ୟାସ କରାଇଥିଲେ I ପରେ ଯୋଗ ଶିକ୍ଷୟତ୍ରୀଙ୍କୁ , ଶିକ୍ଷୟତ୍ରୀ ଅଙ୍କିତା ମିଶ୍ର ଓ କଲେଜର ପ୍ରଶାସନିକ ଅଧିକାରୀ ଶୈଳେସ କୁମାର ପାଲ କଲେଜ ତରଫରୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ I କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ଦୀପ୍ତି ରେଖା ନାୟକ, ସ୍ମଋତି ସ୍ମରଣିକା ବେଜ୍ ଏବଂ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ I ଶେଷରେ ଶିକ୍ଷୟତ୍ରୀ ଦୀପ୍ତିରେଖା ନାୟକ ଧନ୍ୟବାଦ ଦେଇଥିଲେ l ପରେ ଛାତ୍ରଛାତ୍ରୀମାନଙ୍କୁ ସରବତ ପାଣି ଓ ବିସ୍କୁଟ୍ ବଣ୍ଟନ କରାଯାଇଥିଲା I