ଏନ୍ଏନ୍ ବ୍ୟୁରୋ। ବଲାଙ୍ଗିର ସହରର ମାଲପଡ଼ା ସ୍ଥିତ ଖଦ୍ୟୋତ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଚିତ୍ରଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧକ୍ଷତାରେ ଆୟୋଜିତ ପ୍ରତିଯୋଗିତାରେ ସଂପାଦକ ଅକୁଲ ବେହେରା, ଦିବାକର ହୋତା, ଯୁଧିଷ୍ଠିର ମିଶ୍ର, ନମ୍ରତା ପାଣିଗ୍ରାହୀ, ରବିଚନ୍ଦ୍ର ପଶାୟତ ପରିଚାଳନା କରିଥିଲେ। ପ୍ରତିଯୋଗିତାରେ ପ୍ରଥମରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ।
ଏଥିରେ ସହର ମଧ୍ୟରେ ଥିବା ବିଭିନ୍ନ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ରୋଶନି ପବ୍ଲିକ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ମନୋହରପୁର ସ୍କୁଲ, ମଣ୍ଟେଶ୍ୱରୀ ସ୍କୁଲ, ମାଲପଡ଼ା ୟୁଜିଏମଇ ସ୍କୁଲ, ଶିଶୁ ମନ୍ଦିର, ଟିକ୍ରାପଡ଼ା ସ୍କୁଲ, ବଚପନ ଓ ପତିତପାବନ ଏକାଡେମୀର ଶତାଧିକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ପ୍ରତିଯୋଗିତା ଅପରାହ୍ନ ୩ ରୁ ସନ୍ଧ୍ୟା ୬ଟା ଯାଏ ଚାଲିଥିଲା। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ପ୍ରତିଯୋଗିତାରେ ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ହେଲେ ଚଳିତ ବର୍ଷ ‘ଖଦ୍ୟୋତ’ର ବାର୍ଷିକ ଉତ୍ସବରେ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ନେଇ ଖଦ୍ୟୋତ ଅନୁଷ୍ଠାନର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର ସୂଚନା ଦେଇଛନ୍ତି। ଏଥିରେ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକମାନେ ମଧ୍ୟ ଉପସ୍ଥିତ ଥିଲେ।
