ରେଳ ଧାରଣାରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା: ଆତ୍ମହତ୍ୟା ନା ହତ୍ୟା !

ଅପରାଧଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ। ରହସ୍ୟ ଘେରରେ ଯୁବତୀଙ୍କ ମୃତ୍ୟୁ ଘଟଣା। କେଉଁଥିପାଇଁ ଓ କିଭଳି ପରିସ୍ଥିତିରେ ମୃତ୍ୟୁ ଘଟିଲା ତାହା ସ୍ପଷ୍ଟ ଜଣା ପଡ଼ି ନାହିଁ। ମୃତ ଯୁବତୀ ଜଣକ ଏକ ବୀମା କମ୍ପାନୀରେ ଚାକିରି କରୁଥିବା କୁହାଯାଉଛି। ତେବେ ସେ କାହିଁକି ଜୀବନ ହାରିଲେ ! ଚାକିରି ଚାପ ନା ଆଉ କିଛି ଅନ୍ୟ କାରଣ। ଆତ୍ମହତ୍ୟା ନା ହତ୍ୟା ତାହା ପୋଲିସ ତଦନ୍ତ ପରେ ହିଁ ଜଣା ପଡ଼ିବ। ଏନେଇ ବଲାଙ୍ଗିର ଜିଆରପି ପୋଲିସ ତଦନ୍ତ ଜାରି ରଖିଛି।

ସୂଚନା ଅନୁସାରେ, ବଲାଙ୍ଗିର ଖୁଜେନପାଲି ରେଲୱେ ଫାଟକ ନିକଟ ଧାରଣାରେ ଜଣେ ଯୁବତୀଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ପଡ଼ିଥିଲା। ରେଳ ଧାରଣାରେ ସାରିକାଙ୍କ ମୃତଦେହ ପଡ଼ିଥିବା ନେଇ ପ୍ରଥମେ ସ୍ଥାନୀୟ ଲୋକେ ଦେଖି ଜିଆରପିକୁ ଖବର ଦେଇଥିଲେ। ପରେ ଜିଆରପି ପକ୍ଷରୁ ସାରିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ରେଳ ଧାରଣା ନିକଟ ଦେଇ ଯାଇଥିବା ରାସ୍ତାରେ ଏକ କାର ରହିଥିଲା। ତାହା ସାରିକାଙ୍କର ବୋଲି ଜଣା ପଡ଼ିଛି। ହେଲେ ସାରିକା କାର୍‌ରେ ଆସି ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଇଛି, ତାହା ଜଣା ପଡ଼ିନାହିଁ। ବଲାଙ୍ଗିର ଜିଆର୍‌ପି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।