ପ୍ରେମ ବ୍ୟାପାରକୁ ନେଇ ଅଷ୍ଟମୀକୁ ହତ୍ୟା: ଏସପି ନୀତିନ କୁଶଳକର

ଅପରାଧଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ। ବଲାଙ୍ଗିର ପୌର ପାଳିକା ମହିଳା କର୍ମଚାରୀ ହତ୍ୟା ଘଟଣାର ପର୍ଦ୍ଦାଫାସ। ଘଟଣାର ମୁଖ୍ୟ ଅଭିଯୁକ୍ତ ବାଲେକ୍ ଓରଫ ଗୁଲଠୁ ତାଣ୍ଡିକୁ ଗିରଫ କରିଛି ପୋଲିସ। ତାସହ ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡା ଜବତ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ତେବେ ପ୍ରେମ ସମ୍ପର୍କ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ଏସପି ନୀତିନ କୁଶଳକର ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଗତ ୨୫ ତାରିଖରେ ପୌରପାଳିକାର ମହିଳା କର୍ମଚାରୀ ଅଷ୍ଟମୀ ବକୁଳଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ବିଯାଖମନ ଗାଁ ନିକଟରୁ ଉଦ୍ଧାର ହୋଇଥିଲା। ପୋଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଥିଲା। ପରେ ଏସପି ନୀତିନ କୁଶଳକରଙ୍କ ନିର୍ଦ୍ଦେଶ ଅନୁସାରେ ଟାଉନ ଥାନା ଅଧିକାରୀ ଓ ଏଏସଆଇ ରାଜେନ୍ଦ୍ର ବେହେରା ଏହାର ତଦନ୍ତ ଆରମ୍ଭ କରିଥିଲେ। ଏଥିରେ ବଲାଙ୍ଗିର ବେହେରାପାଲିର ବାଲେକ୍ ଓରଫ ଗୁଳଠୁ ତାଣ୍ଡିକୁ ପୋଲିସ୍ ଅଟକ ରଖି ପଚରା ଉଚରା କରିଥିଲା। ଏବଂ ଅଭିଯୁକ୍ତ ନିଜେ ହତ୍ୟା କରିଥିବା ସ୍ବୀକାର କରିବା ସହ ତାଠାରୁ ହତ୍ୟାରେ ବ୍ୟବହୃତ ଖଣ୍ଡା ମଧ୍ୟ ପୋଲିସ୍ ଜବତ କରିଛି। ତେବେ ପୂର୍ବ ଶତ୍ରୁତା ଓ ପ୍ରେମ ସମ୍ପର୍କକୁ ନେଇ ମହିଳା କର୍ମଚାରୀ ଅଷ୍ଟମୀଙ୍କୁ ହତ୍ୟା କରାଯାଇଥିବା ଏସପି ନୀତିନ କୁଶଳକର କହିଛନ୍ତି। ହେଲେ ଦୁଇ ଦିନ ମଧ୍ୟରେ ପୋଲିସ୍ ଏହି ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ କରିଥିବାରୁ ପୋଲିସ ଅଧିକାରୀଙ୍କୁ ଧନ୍ୟବାଦ୍ ଦେଇଛନ୍ତି ଏସପି। ଏପରିକି ଏନେଇ ସାଧାରଣରେ ପୋଲିସକୁ ମଧ୍ୟ ପ୍ରଶଂସା କରା ଯାଇଛି।