୧୬ ହଜାର ଲାଞ୍ଚ ବେଳେ ଭିଜିଲାନ୍ସ ଜାଲରେ ଫରେଷ୍ଟ ଗାର୍ଡ

ଅପରାଧଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ। ଲାଞ୍ଚ ହେଲା କାଳ। ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ କର୍ମଚାରୀ। ୧୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଫରେଷ୍ଟ ଗାର୍ଡ। ଲାଞ୍ଚୁଆ ଫରେଷ୍ଟ ଗାର୍ଡ ଜଣକ ହେଲେ ପାଟଣାଗଡ ବନ ଖଣ୍ଡର ଲକ୍ଷ୍ମୀ ନାରାୟଣ ସ୍ୱାଇଁ। ମନରେଗା କାମର ବିଲ ପାଇଁ ସେ ପାଟଣାଗଡ ପୋଡଛାପରର ଶ୍ରମିକ ଶେଷଦେବ ମାଝୀଙ୍କ ଠାରୁ ୧୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି। ଏହାପରେ ପାଟଣାଗଡ ଅଫିସ ଓ ଫରେଷ୍ଟ ଗାର୍ଡଙ୍କ ପୈତୃକ ଘର ଭରସୁଜାରେ ଭିଜିଲାନ୍ସ ଚଢ଼ାଉ କରିଛି। ହେଲେ ଫରେଷ୍ଟ ଗାର୍ଡକୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଚଳାଇଛି । ଏହି ଚଢ଼ାଉରେ ବଲାଙ୍ଗିର ଓ ସୋନପୂର ଭିଜିଲାନ୍ସ ଟିମ୍ ସାମିଲ ଅଛନ୍ତି। ଏହା ପୂର୍ବରୁ ପୋଲିସ ଅଧିକାରୀ ସଂଗ୍ରାମ ପଟ୍ଟନାୟକ ଓ ବିଡିଓ ବିନୋଦ ନାଏକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନସ୍।