ଏନ୍ଏନ୍ ବ୍ୟୁରୋ I ନିଆରା ଜନ୍ମ ଦିନ ପାଳନ I 36 ତମ ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳନ କଲେ ମହିମୁଣ୍ଡା ସମିତି ସଭ୍ଯା ବବିତା ପଟେଲ I ବଲାଙ୍ଗିର ଉପଲବ୍ଧ ଆଶ୍ରା ଆଶ୍ରମରେ ଦିବ୍ୟାଙ୍ଗ ଅନ୍ତେବାସୀଙ୍କ ସହ ଜନ୍ମ ଦିନ ପାଳନ କରିଛନ୍ତି ବବିତା I ଛାତ୍ର ଛାତ୍ରୀଙ୍କ ଗହଣରେ କେକ କାଟି ଜନ୍ମ ଦିନ ପାଳନ କରିବା ସହ ସମସ୍ତଙ୍କୁ କେକ ଖୁଆଇଛନ୍ତି I ତା ସହ ସେମାନଙ୍କ ସାଙ୍ଗରେ ଅନେକ ସମୟ କାଟି ଖୁସି ଜାହିର କରିବା ସହ ନିଜକୁ ଧନ୍ୟ ମଣିଛନ୍ତି I
ତେବେ ଏହି ଜନ୍ମ ଦିନକୁ ଆହୁରି ସ୍ମରଣୀୟ କରିବା ପାଇଁ ସେ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି I ତାଙ୍କ ଆଖି ଓ ଶରୀରକୁ ଭୀମଭୋଇ ମେଡିକାଲରେ ଦାନ କରିଥିବା କରିଥିବା କହିଛନ୍ତି ବବିତା I ଗରିବ ଅସହାୟ ଲୋକେ ଟଙ୍କା ଅଭାବରୁ ଆଖି ଲଗାଇ ପରିବାରେ ଅସମର୍ଥ I ତେଣୁ ଏହା ଗରିବ ଲୋକଙ୍କ କାର୍ଯ୍ୟରେ ଲାଗି ପାରିବ ବୋଲି କରିଛନ୍ତି ବବିତା I ଏଥିସହ ସମ୍ପୂର୍ଣ୍ଣ ଶରୀରର ବିଭିନ୍ନ ଅଙ୍ଗ ମଧ୍ଯ ଦରକାରୀ ବ୍ୟକ୍ତିଙ୍କ କାର୍ଯ୍ୟରେ ଲାଗିପାରିବା ସହ ମେଡିକାଲ ଛାତ୍ରଛାତ୍ରୀଙ୍କ ଗବେଷଣା କାର୍ଯ୍ୟରେ ସହାୟକ ହୋଇ ପାରିବ ବୋଲି ସେ କହିଛନ୍ତି I ତାଙ୍କର ଏଭଳି ମହତ୍ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି I
