ଏନ୍ଏନ୍ ବ୍ୟୁରୋ । ଲାଂଚ ହେଲା କାଳ। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଥାନା ଅଧିକାରୀ। ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କୁ ଭିଜିଲାନ୍ସ ରେଡ ହେଣ୍ଡେଡ ଧରିଛି। ଏବଂ ସଂଗ୍ରାମ ପଟ୍ଟନାୟକଙ୍କୁ ତାଙ୍କ ବଲାଙ୍ଗିର ବାସଭବନକୁ ଆଣି ଖୋଳତାଡ଼ କରି ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଠାବ କରିଛି ଭିଜିଲାନସ୍।
ଭିଜିଲାନ୍ସ ବିଭାଗ ସୂଚନା ଅନୁସାରେ, ବରଗଡ ଜିଲ୍ଲା ଗାଇସିଲେଟ ଥାନା କେନ୍ଦୁଭଟା ଗ୍ରାମର ଭାବଗ୍ରାହୀ ସାହୁଙ୍କର ବଲାଙ୍ଗିର ଜିଲ୍ଲା ଆଗଲପୁରଠାରେ ଏକ ସରକାରୀ ବିଦେଶୀ ମଦ ଦୋକାନ ଅଛି। ହେଲେ ତାଙ୍କର ଏକ ମଦ ବୋଝେଇ ଗାଡ଼ିକୁ ଲୋଇସିଂହା ଠାରେ ପୋଲିସ୍ ଧରିଥିଲା। ଏବଂ ଏହାର ରଫାଦଫା କରିବାକୁ ଲୋଇସିଂହା ଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏଥିରେ ରାଜି ବି ହୋଇଥିଲେ ମଦ ବ୍ୟବସାୟୀ। ଏବଂ ପରେ ଏନେଇ ମଦ ବ୍ୟବସାୟୀ ଜଣକ ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ।
ପୂର୍ବ ଯୋଜନା ଅନୁସାରେ, ଆଜି ଥାନାରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ସଂଗ୍ରାମ ପଟ୍ଟନାୟକଙ୍କୁ ରେଡ ହେଣ୍ଡେଡ୍ ଧରିଛି। ବଲାଙ୍ଗିର, ବରଗଡ ତଥା ସମ୍ବଲପୁର ଭିଜିଲାନ୍ସ ବିଭାଗର ମିଳିତ ଚଢାଉ ବିଭିନ୍ନ ସ୍ଥାନରେ ଜାରି ରହିଛି। ଯେଉଁଥିରେ ପୋଲିସ୍ ବାବୁଙ୍କ ସରକାରୀ ବାସଭବନ ଓ ତାଙ୍କ ଥାନାରେ ଭିଜିଲାନ୍ସ ଚଢାଉ ଜାରି ରଖିଛି। ଏବଂ ବହୁ ଗୁରୁତ୍ବୂର୍ଣ୍ଣ କାଗଜ ପତ୍ର ସହ ସୁନା ଅଳଙ୍କାର ଠାବ କରିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ତାସହ ଏହି ମାମଲରେ ଭିଜିଲାନ୍ସ ଅଧିକ ତଦନ୍ତ ଜାରି ରଖିଛି ।
