ଦିଲ୍ଲୀ/ଭୁବନେଶ୍ୱର: ଲୋକସଭା ଅଧ୍ୟକ୍ଷ ନେଇ ଲାଗି ରହିଥିବା ସବୁ କଳ୍ପନାଜଳ୍ପନା ଶେଷ । ଲୋକସଭାର ବାଚସ୍ପତି ହୋଇ ପାରନ୍ତି ବିଜେପି ସାଂସଦ ଓମ୍ ବିର୍ଲା । ବୁଧବାର ଲୋକସଭା ଅଧ୍ୟକ୍ଷ ନିର୍ବାଚନ ହେବ । ଏଥିଲାଗି ଏ ବିଜେପିର ବହୁ ବରିଷ୍ଠ ନେତାଙ୍କ ନାଁ ଚର୍ଚ୍ଚାରେ ରହିଥିଲା । ସମସ୍ତଙ୍କୁ ପଛରେ ପକାଇ ଓମ ବିଲ୍ଲା ସୁମିତ୍ର ମହାଜନଙ୍କ ଜାଗା ଅଳଂକୃତ କରିବେ । ତେବେ ନବନିର୍ବାଚିିତ ରାଷ୍ଟ୍ର୍ର୍ରୀୟ କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡାଙ୍କୁ ଭେଟିବା ପରେ ଏନେଇ କିଛି ସୂଚନା ନଥିବା କହିଛନ୍ତି ଓମ ବିର୍ଲା । କେବଳ ମୁଁ ଜଣେ କାର୍ଯ୍ୟକର୍ତା ଭାବେ ତାଙ୍କୁ ଭେଟିବାକୁ ଯାଇଥିଲି ବୋଲି କହିଛନ୍ତି ଓମ ବିର୍ଲା । ସେପଟେ ଓମ ବିର୍ଲାଙ୍କ ପତ୍ନୀ ଅ÷ମିତା ବିର୍ଲା କହିଛନ୍ତି, ଏହା ଆମ ପାଇଁ ଗର୍ବ ଓ ଖୁସିର ମୁହୂର୍ତ । ଏଥିପାଇଁ କ୍ୟାବିନେଟକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।
ହେଲେ ବାଚସ୍ପତି ଲାଗି ଓମ ବିର୍ଲାଙ୍କ ନାଁ ଉଠିବା ପରେ ସମସ୍ତେ ଚକିତ ହୋଇ ଯାଇଛନ୍ତି । ପରଂପରା ଅନୁସାରେ ଗୃହର ବରିଷ୍ଠ ସଦସ୍ୟଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅର୍ପଣ କରାଯାଏ । ସୂଚନା ଯୋଗ୍ୟ ଯେ, ମୋଦି ସରକାରର ପ୍ରଥମ କାର୍ଯ୍ୟକାଳରେ ଇନ୍ଦୋରରୁ ୮ ଥର ସାଂସଦ ନିର୍ବାଚିତ ହୋଇଥିବା ସୁମିତ୍ରା ମହାଜନଙ୍କୁ ଲୋକସଭା ଅଧ୍ୟକ୍ଷ କରାଯାଇଥିଲା । ସେପଟେ ଏନଡିଏର ବାଚସ୍ପତି ପ୍ରାର୍ଥୀଙ୍କୁ ସମର୍ଥନ କରିଛି ବିଜେଡି । ତାଙ୍କୁ ସମର୍ଥନ କରିବା ଲାଗି ବିଜେଡି ସଂସଦୀୟ ଦଳ ବୈଠକରେ ନିଷ୍ପତି ହୋଇଛି । ପୂର୍ବରୁ ବାଚସ୍ପତି ପଦବୀ ଲାଗି ପିସି ଚୌଧୁରୀ ଓ ଏସଏସ୍ ଆଲୁୱାଲିଆ ଓ ଜୁଏଲ ଓରାମଙ୍କ ନାଁ ଚର୍ଚ୍ଚା ହେଉଥିଲା ।
ଏବେ ନଜର ପକାଇବା ଓମ ବିର୍ଲାଙ୍କ ରାଜନୈତିକ କ୍ୟାରିୟର ଉପରେ । ୧୯୬୨ ମସିହାରେ ଜନ୍ମିତ ଓମ ବିର୍ଲା ମାତ୍ର ୧୭ ବର୍ଷ ବୟସରେ ରାଜନୀତିରେ ପାଦ ଥାପିଥିଲେ । ସ୍ନାତକୋତର ପାଠ ପଢ଼ିଥିବା ଓମ ବିର୍ଲାଙ୍କ ପରିବାର କହିଲେ ପତ୍ନୀ ଡ. ଅମିତା ବିର୍ଲା, ଦୁଇ ପୁଅ ଓ ଦୁଇ ଝିଅ । ୨୦୦୩ରେ କୋଟା ଦକ୍ଷିଣ ବିଧାନସଭା ଆସନରୁ ପ୍ରଥମ ଥର ଲାଗି ନିର୍ବାଚନ ଲଢ଼ିଥିଲେ । ଏଥିରେ କଂଗ୍ରେସ ନେତା ଶାନ୍ତି ଧାରିୱାଲଙ୍କୁ ପରାସ୍ତ କରିଥିଲେ । ଏହାପରେ ୨୦୦୮ ଓ ୨୦୧୩ରେ ମଧ୍ୟ ଓମ ବିର୍ଲା ବିଧାନସଭା ନିର୍ବାଚନରେ ଜିତିଥିଲେ । ହେଲେ ୨୦୧୪ରେ ବିଧାନସଭା ଛାଡ଼ି ଲୋକସଭାରେ ଲଢ଼ିବାକୁ ମନ ବଲାଇଥିଲେ ଓମ ବିର୍ଲା । ଏ ସମୟରେ ସେ କଂଗ୍ରେସ ନେତା ଇଜ୍ୟାରାଜ ସିଂହଙ୍କୁ ୨ ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରିଥିଲେ । ସେହିପରି ଚଳିତ ଲୋକସଭା ନିର୍ବାଚନରେ ଦଳ ତାଙ୍କୁ ଭରସା କରି ଟିକେଟ ଦେଇଥିଲା । ସେ କଂଗ୍ରେସ ନେତା ରାମନାରାୟଣ ମୀନାଙ୍କୁ ଅଢ଼େଇ ଲକ୍ଷ ଭୋଟରେ ପରାସ୍ତ କରିଥିଲେ ।
ସୂଚନାଯୋଗ୍ୟ ଯେ, ପେଶାରେ ରାଜନୀତିକୁ ଆପଣେଇଥିଲେ ମଧ୍ୟ ଓମ ବିର୍ଲାଙ୍କ ନିଶା ହେଉଛନ୍ତି ସଧାରଣ ଜନତାଙ୍କ ସେବା କରିବା । ସେ ନିଜ ନିର୍ବାଚନ ମଣ୍ଡଳୀରେ ଏଭଳି କାର୍ଯ୍ୟ କରନ୍ତି ଯାହା ଲୋକେ ସବୁ ଦିନ ଲାଗି ମନେ ରଖନ୍ତି । ଗରିବ, ବୃଦ୍ଧବୃଦ୍ଦା, ଦିବ୍ୟାଂଗ ଓ ଅସହାୟ ମହିଳାଙ୍କୁ ସହାୟତାର ହାତ ବଢ଼ାଇଥାନ୍ତି । ବିଭିନ୍ନ ସଂଗଠନ ମାଧ୍ୟମରେ ଦିବ୍ୟାଂଗ, କ୍ୟନସର ରୋଗୀ, ଥେଲେସେମିଆ ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ସବୁବେଳେ ଆଗେଇ ଆସିଥାନ୍ତି । ଏପରିକି ଦିବ୍ୟାଂଗଙ୍କୁ ମାଗଣା ସାଇକେଲ, ୱିଲଚେୟାର ଓ ଶବଣ ଯନ୍ତ୍ର ବଂଟନ କରିଛନ୍ତି ଓମ ବିର୍ଲା । ତାଙ୍କ ଭଲ କାର୍ଯ୍ୟ ଲାଗି ଲୋକେ ମନରୁ ପାସୋରି ପାରନ୍ତି ନାହିଁ ।
