ମାମୁ ଘରୁ ଫେରୁଥିବା ବେଳେ ଗଛରେ ପିଟି ହେଲେ ଭଣଜା, ୧ ମୃତ, ୧ ଗୁରୁତର

ଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ। ମାମୁ ଘରୁ ଫେରୁଥିବା ବେଳେ ଦୁର୍ଘଟଣା। ରାସ୍ତାରେ ଭାରସାମ୍ୟ ହରାଇ ବାଇକ ଗଛରେ ପିଟି ହେବାରୁ ଏହି ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ମୃତକ ଜଣକ ହେଲେ ଆଲୋକ ଜାଲ। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସଇଁତଳା ଫାଣ୍ଡି ନିକଟ ଖରସେଲବାଞ୍ଜିରେ।

ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା ବାଉଶୁଣି ଥାନା ପଳସା ଗାଁର ଆଲୋକ ଜାଲ ଓ ରମେଶ ଜାଲ ଟିକରାପଡା ଅତରଲା ସ୍ଥିତ ମାମୁ ଘରକୁ ଆସିଥିଲେ। ହେଲେ କାମ ସାରି ଦୁଇ ଭଣଜା ନିଜ ଗାଁ ବୌଦ୍ଧ ଜିଲ୍ଲା ପଲସା ଗାଁକୁ ଫେରୁଥିଲେ। ହେଲେ ରାସ୍ତାରେ ଖରସେଲ ବାଞ୍ଜିରେ ଭାରସାମ୍ୟ ହରାଇ ବାଇକ ଏକ ଗଛରେ ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ଆଲୋକ ଜାଲଙ୍କ ମୃତ୍ୟୁ ହୋଇଥିବା ବେଳେ ରମେଶ ଜାଲ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ରମେଶଙ୍କୁ ପ୍ରଥମେ ସଇଁତଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ଆହୁରି ବିଗିଡିବାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।