ଏନ୍ଏନ୍ ନ୍ୟୁଜ୍। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାସ୍ତାର ଭିତ୍ତିପ୍ରସ୍ତର। ବରଗଡ଼ ଜିଲ୍ଲା ସୋହେଲାରୁ ସୁଲସୁଲିଆ ଦେଇ ଯାଇଥିବା ଭଟଲି ରାସ୍ତାର ଭୂମିପୂଜନ କରାଯାଇଛି। ଏଥିରେ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗ ଦେଇ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପୂର୍ତ୍ତ ବିଭାଗ ରାସ୍ତାର ପ୍ରଶସ୍ତିକରଣ ପାଇଁ 34 କୋଟି ଟଙ୍କା ବ୍ୟୟ ଅଟକଳରେ 31.9 କି.ମି ରାସ୍ତା ନିର୍ମାଣ କରାଯିବ।

କାର୍ଯ୍ୟକ୍ରମରେ ଭଟଲି ବ୍ଲକ ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ, ସୋହେଲା ବ୍ଲକ ବ୍ଲକ ଅଧ୍ୟକ୍ଷା ବବି ପଧାନ, ସୋହେଲା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁବ୍ରତ ବେହେରା , ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲ ପଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ଭଟଲି ଓ ସୋହେଲା ବ୍ଲକର ବହୁ ବିଶିଷ୍ଟ ବ୍ୟକ୍ତି ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ ।
