ଭର୍ଚୁଆଲରେ ବାଣୀବିହାର ଏମ.ସି.ଏ. ବିଭାଗର ବାର୍ଷିକ ପୁରାତନ ଛାତ୍ରଛାତ୍ରୀ ମିଳନ

ଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ। ଶନିବାର ରବିବାର ଦୁଇଦିନ ଧରି ଭର୍ଚୁଆଲ ମାଧ୍ୟମରେ ଉତ୍କଳ ବିଶ୍ୱବିଦ୍ୟାଳୟର ଏମ.ସି.ଏ ବିଭାଗର ବାର୍ଷିକ ପୁରାତନ ଛାତ୍ରଛାତ୍ରୀ ମିଳନ(Annual Alumni Reunion-ଏ.ଏ.ଆର.) ଅନୁଷ୍ଠିତ ହୋଇଯାଇଛି। ବ୍ୟସ୍ତ ବହୁଳ ଜୀବନରୁ କିଛି ସମୟ ବାହାର କରି ବିଶ୍ୱର ବିଭିନ୍ନ କୋଣରୁ ପନ୍ଦରରୁ ଅଧିକ ଦେଶରେ ଥିବା ପୁରାତନ ଛାତ୍ର ଛାତ୍ରୀମାନେ ଏଥିରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଏହି ଦୁଇ ଦିନ ସନ୍ଧ୍ୟା ୫.୩୦ ରୁ ବିଳମ୍ବିତ ରାତ୍ରୀ ଯାଏଁ ପ୍ରଥମ ବ୍ୟାଚ ୧୯୯୩ ରୁ ୨୦୨୦ ମସିହା ଯାଏଁ ବିଗତ ୨୭ ବର୍ଷର ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀ ଅନ ଲାଇନରେ ରହି ନିଜର ବିତିଯାଇଥିବା ଦିନର ସ୍ମରଣୀୟ ମୁହୂର୍ତ୍ତର ପୁନଃରୁଦ୍ଧାର କରି ଭାବ ବିହ୍ଵଳ ହୋଇଥିଲେ। ଏଥିରେ ବର୍ତ୍ତମାନର ସ୍ନାତକ ପ୍ରଥମ ଓ ଦ୍ଵିତୀୟ ବର୍ଷର ପିଲାମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ।

“ଉମା” (UMAA-Utkal MCA Alumni Association) ର ସଭାପତି ମୁରଲୀଧର ସାହୁ, ଉପସଭାପତି ଅଶୋକ ବିହାରୀ ହୋତା, ସାଧାରଣ ସମ୍ପାଦକ ଅବିନାଶ ନାୟକ ଓ ଅନ୍ୟ ସଦସ୍ୟ ଯଥା ଦୂର୍ଗାପ୍ରସାଦ ମହାପାତ୍ର,ସୂରଜ କୁମାର ବେହେରା,ଜ୍ଞାନରଞ୍ଜନ ମିଶ୍ର, ସବନମ ଚୌଧୁରୀ, ବିଶ୍ଵରଞ୍ଜନ ସେଠି, ନୀଳମଣି ରୋହିଦାସ, ଇ ଚନ୍ଦ୍ରଶେଖର, ତୁଷାର ରଞ୍ଜନ ପଟ୍ଟନାୟକ, ସିଦ୍ଧାର୍ଥ ଦାସ,ଅଶୋକ ବିହାରୀ ହୋତା,ଚିଦାନନ୍ଦ ମହାପାତ୍ର, ଦିବ୍ୟଜ୍ୟୋତି ପତି, ନବକିଶୋର ମଣ୍ଡାଗି,ସତ୍ୟକାମ ପାର୍ଥସାରଥୀ, ଅଭିଷେକ ପଣ୍ଡା, ବାପୁଜୀ ବେହେରା,ଚିନ୍ମୟୀ ମିଶ୍ର,ଶୁଭଶ୍ରୀ ଦାସ,ସନ୍ତୋଷ ନାୟକ, ଅଭୀପ୍ସା ମହାରଣା, କଥାନି କୌଶିକ ଓ ଅନ୍ୟ ସମସ୍ତ ଛାତ୍ରଛାତ୍ରୀମାନେ ପୂର୍ବତନ ଶିକ୍ଷୟିତ୍ରୀ ସଙ୍ଘମିତ୍ରା ମହାନ୍ତି, ପୂର୍ବତନ ଶିକ୍ଷକ ଅଜୟ କୁମାର ବିଶୋଈ, ବର୍ତ୍ତମାନର ଡିପାର୍ଟମେଣ୍ଟ ମୁଖ୍ୟ ପ୍ରଫୁଲ୍ଲ କୁମାର ବେହେରା ଓ ଶିକ୍ଷକ ସତୀଶ କୁମାର ପ୍ରଧାନ ଓ ବି.ଏନ.ବି. ରାୟଙ୍କୁ ସ୍ଵାଗତ କରିଥିଲେ।

ସମସ୍ତ ଅତିଥି ଓ ଶିକ୍ଷକ ମାନଙ୍କର ତତ୍ତ୍ୱlବଧାନରେ ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜ୍ୱଳନ, ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ, ବାର୍ଷିକ ଅଭିଭାଷଣ ସହ ବାର୍ଷିକ ଉମା ପତ୍ରିକା -ଜୁମା 2020 ର ଉନ୍ମୋଚନ ମଧ୍ୟ ହୋଇଥିଲା। ସାମୁହିକ ତଥା ସାମାଜିକ ସେବା ପାଇଁ ପ୍ରତିବର୍ଷ “ଉମା” ତରଫରୁ ରକ୍ତଦାନ ଶିବିର, ଶିକ୍ଷଣ ସୋପାନ, ବୃକ୍ଷ ରୋପଣ ଆଦି ବିଭିନ୍ନ ପଦକ୍ଷେପ ନିଆଯାଇଥାଏ। ଏହି ଦୁଇ ଦିନରେ ଆଗାମୀ ବର୍ଷ ପାଇଁ ମଧ୍ୟ ଏପରି କିଛି କାମ କରିବା ପାଇଁ ଆଲୋଚନା କରାଯାଇଥିଲା। ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜଳ ଭବିଷ୍ୟତ, ଆଶୁ ଛାତ୍ର ବୃତ୍ତି, ଯୁବ ଉଦ୍ୟୋଗପତିଙ୍କ ପାଇଁ ଉଦ୍ୟୋଗ ଭିତ୍ତିକ ସହାୟତା, ଚାକିରୀ ସମସ୍ୟାର ସମାଧାନ ଏହି ବର୍ଷର ଆଲୋଚନାର ମୁଖ୍ୟ ବିଷୟବସ୍ତୁ ଥିଲା। ପରମ୍ପରା ଅନୁଯାୟୀ ଉପସ୍ଥିତ ସଦସ୍ୟଙ୍କ ଦ୍ୱାରା କେକ୍ କାଟିବା ପରେ ଉତ୍ସବଟି ଆହୁରି ଆନନ୍ଦ ମୁଖରିତ ହୋଇଥିଲା। ଶେଷରେ ଅନୁଗ୍ରହୀ ଛାତ୍ରଛାତ୍ରୀ ଓ ସେମାନଙ୍କ ପିଲାମାନଙ୍କ ଦ୍ୱାରା ବିଭିନ୍ନ ସ୍ଥାନରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନ ଲାଇନରେ ହୋଇଥିଲା।

One thought on “ଭର୍ଚୁଆଲରେ ବାଣୀବିହାର ଏମ.ସି.ଏ. ବିଭାଗର ବାର୍ଷିକ ପୁରାତନ ଛାତ୍ରଛାତ୍ରୀ ମିଳନ

  • Muralidhar Sahoo

    A great event with a clear vision. The published article looks great. We would like to express our great appreciation to editor. Thank you!

Comments are closed.