ଦିଲ୍ଲୀ/ଭୁବନେଶ୍ୱର: ଗୁଜୁରାଟ ଉପକୂଳ ଜିଲ୍ଲାକୁ ପୁଣି ଫେରିପାରେ ସାମୁଦ୍ରିକ ବାତ୍ୟା ବାୟୁ । ଗୁରବାର ପଶ୍ଚିମ ଦିଗକୁ ଗତି କରିଥିବା ବାୟୁ ରବିବାର ପୁଣି ଫେରିବା ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି କେନ୍ଦ୍ରୀୟ ଭୁବିଜ୍ଞାନ ମନ୍ତ୍ରଣାଳୟ । ସେ କହିଛନ୍ତି ଯେ, ଗୁଜରାଟର କଚ୍ଛ ଅଂଚଳରେ ବାତ୍ୟା ସ୍ଥଳଭାଗ ଛୁଇଁବା ସମ୍ଭାବନା ଅଧିକ ରହିଛି । ମନ୍ତ୍ରଣାଳୟର ସଚିବ ଏମ୍ ରାଜୀବନ କହିଛନ୍ତି ଯେ, ବାୟୁ ୧୬ ତାରିଖରେ ପୁଣି ଫେରିପାରେ । ଏବଂ ୧୭ ଓ ୧୮ ତାରିଖ ମଧ୍ୟରେ ଗୁଜରାଟର କଚ୍ଛରେ ସ୍ଥଳଭାଗ ଛୁଇଁପାରେ । ବାତ୍ୟାର ତୀବ୍ରତା କମ ହେବା ସମ୍ଭାଥିବା ଥିବାରୁ କମ କ୍ଷୟକ୍ଷତି ହୋଇପାରେ ।
ପାଣିପାଗ ବିଭାଗ ଅନୁସାରେ, ବାୟୁ ଦ୍ୱୀପରୁ ପାଖାପାଖି ୩୯୦ କିଲୋମିଟର ପଶ୍ଚିମ ଓ ପୋରବନ୍ଦରରୁ ୨୮୦ କିଲୋମିଟର ପଶ୍ଚିମ-ଦକ୍ଷିଣ ପଶ୍ଚିମରେ ପହଂଚି ଯାଇଛି । ଏବେ ସମୁଦ୍ରକୂଳରେ ଗତି କରୁଥିବା ସହ ପଶ୍ଚିମ ଦିଗକୁ ବଢିବାରେ ଲାଗିଛି । ଏହା ପୂର୍ବରୁ ଶୁକ୍ରବାର ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ବାତ୍ୟା ଆଶଙ୍କା ଟଳି ଯାଇଥିବା ଘୋଷଣା କରିଥିଲେ । ଏଥିସହ ସ୍ଥାନାନ୍ତର କରାଯାଇଥିବା ୨ ଲକ୍ଷ ୭୫ ହଜାର ସମୁଦ୍ରକୂଳିଆ ଲୋକଙ୍କୁ ଫେରି ଆସିବାକୁ ଅପିଲ କରିଥିଲେ । ଏଥିପାଇଁ ଲୋକଙ୍କ ଦୈନନ୍ଦିନ ଖର୍ଚ୍ଚ ଲାଗି ସରକାର ପକ୍ଷରୁ ପାଖାପାଖି ୫.୫ କୋଟି ଘୋଷଣା କରିଥିଲେ । ହେଲେ ଏବେ ପୁଣି ବାତ୍ୟା ଗୁଜୁରାଟ ଆଡ଼କୁ ମୁହାଁଉଥିବାରୁ ଲୋକେ ଆଶା ଆଶଂକାରେ ଅଛନ୍ତି ।
ପୁଣି ଗୁଜୁରାଟରେ ମାଡ଼ କରିପାରେ ବାତ୍ୟା ବାୟୁ
