ନବନୀତା ବ୍ୟୁରୋ। ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ସ୍ଥିତ ରେଳ ସଦନଠାରେ ସଦଭାବନା ଦିବସ ପାଳନ କରାଯାଇଛି। ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣଙ୍କ ନେତୃତ୍ୱରେ ରେଳବାଇ କର୍ମଚାରୀ ଓ ଅଧିକାରୀମାନେ ଜାତି, ଧର୍ମ, କ୍ଷେତ୍ର, ଭାଷାଗତ ବିଭିନ୍ନତା ବିନା ଭାରତ ବର୍ଷର ସମସ୍ତ ଜନସାଧାରଣଙ୍କର ଭାବନାତ୍ମକ ଏକତା ଓ ସଦଭାବନା ପାଇଁ କାର୍ଯ୍ୟକରିବା ସହ ହିଂସା ବିନା ବାର୍ତ୍ତାଳାପ ଓ ସାମ୍ବିଧାନିକ ବ୍ୟବସ୍ଥା ମାଧ୍ୟମରେ ସମସ୍ତ ମତଭେଦକୁ ଦୂରେଇ କାର୍ଯ୍ୟ ସମ୍ପାଦନ କରିବାକୁ ଶପଥ ନେଇଥିଲେ। ଏଥିସହ ସମସ୍ତ ରେଳମଣ୍ଡଳଗୁଡିକରେ ମଧ୍ୟ ସଦଭାବନା ଦିବସ ପାଳନ କରାଯାଇଥିଲା।
ପୂର୍ବତଟ ରେଳପଥ ପକ୍ଷରୁ ସଦଭାବନା ଦିବସ ପାଳିତ
