ନବନୀତା ବ୍ୟୁରୋ। ସ୍ଵାଧୀନତାର ସଂଜ୍ଞା ଆମ ସମାଜରେ ସର୍ବଦା ପୁରୁଷ ଓ ସ୍ତ୍ରୀ ପାଇଁ ଭିନ୍ନ ରହିଛି।
ଜଣେ ପୁରୁଷକୁ ନିଜ ଇଛରେ ନିଷ୍ପତ୍ତି ନେବା ପାଇଁ ସ୍ଵାଧୀନତା ଅଛି, କିନ୍ତୁ ଜଣେ ନାରୀ ପାଇଁ ରହି ଅଛି ଏହି ରୂଢି ବାଦି ସମାଜର ନିନ୍ଦା ଓ କଟକଣା।
କଣ ପ୍ରକୃତରେ ଆମେ ସ୍ୱାଧୀନ?
ଆମ ଦେଶ ଭାରତ ର ସ୍ଵାଧୀନ ହେବା ୭୪ ବର୍ଷ ପରେ ମଧ୍ୟ ନାରୀ ପାଇଁ କିଛି ବଦଳି ନାହିଁ, ଆଜି ବି ପ୍ରତ୍ୟେକ ଦିନ କୋଉଠି ଜଣେ ନିର୍ଭୟା ନିର୍ଯାତିତ ହେଉଛି,କାହାର ଝିଅ ଜଳି ଯାଉଛି ନିଜ ଶାଶୁ- ଶ୍ୱଶୁରଙ୍କ ଲୋଭର ଜ୍ଵାଳାରେ।
ଲଜ୍ଜା ଲାଗୁଚି କହିବା ପାଇଁ ମଧ୍ୟ ଆସିଫା ପରି ନିରୀହ, ନିଷ୍ପାପ ଝିଅ ମଧ୍ୟ ସୁରକ୍ଷିତ ନୁହଁନ୍ତି।
କହିବାକୁ ତ ଆମେ ରହୁଛୁ,ଧର୍ମ ନିରପେକ୍ଷ ଦେଶରେ କିନ୍ତୁ ଏହା କେତେ ଦୂର ସତ୍ୟ।
କାହିଁକି ଆଜି ମଧ୍ୟ ଧର୍ମ ଓ ଅନ୍ଧବିଶ୍ୱାସ ନାଁ ରେ ସ୍ତ୍ରୀ କୁ ହତ୍ୟା କରି ଯାଉଚି।
ହତ୍ୟା କରାଯିବା ପରେ ଗଣ ଧାରଣା ଦେଇ , ମହମବତୀ ଜାଳି, ଭିକ୍ଷୋଭ ପ୍ରଦର୍ଶନ କରିବା ଅପେକ୍ଷା ନିଜ ଘରେ ନିଜ ପୁଅମାନଙ୍କୁ ନାରୀ ମାନଙ୍କର ସମ୍ମାନ କରିବାକୁ ଶିକ୍ଷା ଦିଅନ୍ତୁ।
ଯେବେ ସମାଜରେ ଆଉ କେହି ନିର୍ଭୟା ରହିବେ ନାହିଁ,କାହାର ଝିଅ ଲୋଭର ଜ୍ଵାଳାରେ ଜଳିବ ନାହିଁ,ଝିଅ ମାନେ ସ୍ବଛନ୍ଦରେ ନିଜ ମତାମତ ଦେଇ ପାରିବେ, ଚାକିରି କ୍ଷେତ୍ରରେ ପୁରୁଷଙ୍କ ସହ ଭେଦ ଭାବ ରହିବ ନାହିଁ ଏବଂ ସମାଜରେ ସମାନ ଅଧିକାର ପାଇବେ ତେବେ ଯାଇ ପ୍ରକୃତରେ ସ୍ୱାଧୀନ ହେବେ।
ଯୁଗେ ଯୁଗେ ପ୍ରମାଣ ରହି ଅଛି ନାରୀର ଅସମ୍ମାନ କରିଥିବା ଲୋକଙ୍କୁ ସ୍ଵୟଂ ଭଗଵାନ ଦଣ୍ଡ ଦେଇ ଅଛନ୍ତି,ଯେବେ ନାରୀର ସମ୍ମାନ ରକ୍ଷା ପାଇଁ ସ୍ଵୟଂ ଭଗବାନ ଆସିଛନ୍ତି ତେବେ ମନୁଷ୍ୟ ହେଇ କିପରି ରକ୍ଷା ପାଇ ପାରିବେ।
