ନବନୀତା ବ୍ୟୁରୋ। ଦେଶରେ ଲକ୍ ଡାଉନ୍ ସତ୍ତ୍ଵେ ଟ୍ରେନ୍ ସେବାରେ ଟିକେ କୋହଳ କରାଯାଇଛି। କାଲିଠାରୁ ନୂଆଦିଲ୍ଲୀରୁ ୧୫ ଯୋଡ଼ା ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଏଥିପାଇଁ ପୂର୍ବତଟ ରେଲୱେ ପକ୍ଷରୁ ଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି। ଆସନ୍ତା ୧୩ ତାରିଖ ସକାଳ ୧୦ ଟାରୁ ଭୁବନେଶ୍ୱରରୁ ଦୈନିକ ଭାବେ ଏକ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବ। ଏହି ଟ୍ରେନ ସମ୍ପୂର୍ଣ ଶୀତତାପ ନିୟନ୍ତ୍ରିତ। ଏଥିରେ ଏସି ତୃତୀୟ, ଦ୍ବିତୀୟ ଓ ପ୍ରଥମ ଶ୍ରେଣୀ ସହ ୧୭ ଟି ବଗି ରହିବ।ସେହିପରି ନୂଆଦିଲ୍ଲୀରୁ ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ ଆସନ୍ତା ୧୪ ତାରିଖରୁ ଚଳାଚଳ କରିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ଟ୍ରେନର ରହଣି ଭୁବନେଶ୍ୱର – ନୂଆଦିଲ୍ଲୀ ମଧ୍ୟରେ ବାଲେଶ୍ଵର, ହିଜିଲ, ଟାଟା, ବୁକାରୋ ଷ୍ଟିଲ ସିଟି, ଗୟା, ଦିନଦୟାଲ ଉପାଧ୍ୟାୟ ଜଙ୍କସନ ଓ କାନପୁର ସେଣ୍ଟ୍ରାଲରେ ରହିବ। ଟିକେଟ କେବଳ ଆଇଆରସିଟିସି ୱେବସାଇଟ ଜରିଆରେ ୭ ଦିନ ପର୍ଯ୍ୟନ୍ତ ଅଗ୍ରୀମ ଆକାରେ ଟିକେଟ ପ୍ରଦାନ କରାଯିବ। ଜାଣନ୍ତୁ ଟ୍ରେନ୍ ପରିଚାଳନା ପାଇଁ ଯାତ୍ରୀଙ୍କୁ ଆଉ ଆଉ କଣ କଣ ପରାମର୍ଶ ଦିଆଯାଇଛି।

