କୋଇଡ଼ାରେ ମାତିଲେ ହାତୀ: ବ୍ୟାପକ ଘର ଭଙ୍ଗାରୁଜା, ପନିପରିବା ନଷ୍ଟ

ଓଡ଼ିଶାବଡ଼ ଖବର

ନବନୀତା ବ୍ୟୁରୋ। ମାତିଲେ ହାତୀ।ସୁନ୍ଦରଗଡ ଜିଲ୍ଲା କୋଇଡ଼ା ରେଞ୍ଜରରେ ହାତୀ ଉପଦ୍ରବ। ବ୍ୟାପକ ଘର ଭଙ୍ଗାରୁଜା କରିବା ସହ ପନିପରିବା ଚାଷ ମାଡ଼ି ନଷ୍ଟ କରି ଦେଇଛନ୍ତି ହାତୀ। ଭୟରେ ଗ୍ରାମବାସୀ ଆତଙ୍କିତ ହୋଇ ପଡିଛନ୍ତି।

କୋଇଡା ରେଞ୍ଜର ପାଟମୁଣ୍ଡା ପଞ୍ଚାୟତର ବଡ ପାଟୁଲି, ଆମ୍ବିଳ ଆମ ଆଦି ପ୍ରାୟ ୩ ରୁ ୪ ଟି ଗାଁରେ ଏକ ହାତୀ ପଲ ଆତଙ୍କ ସୃଷ୍ଟି କରିଛନ୍ତି। ବାଡ଼ି ପନିପରିବା ନଷ୍ଟ କରିବା ସହ ଘର ଭଙ୍ଗାରୁଜା କରିଛନ୍ତି। ଏପରିକି ଘରେ ଥିବା ଧାନ, ଚାଉଲ ଅନ୍ୟାନ୍ୟ ଜିନିଷ ଖାଇ ନଷ୍ଟ କରି ଦେଇଛନ୍ତି। ହାତୀପଲ ଭୟରେ ରାତିରେ ଘରେ ଶୋଇବା ମୁସ୍କିଲ ହୋଇ ପଡିଛି।
ତେବେ ଏନେଇ ବିଭାଗକୁ ଖବର ଦେଇଥିଲେ ବି ବନ ବିଭାଗର କୌଣସି କର୍ମଚାରୀଙ୍କ ଦେଖା ମିଳିନଥିବା ଅଭିଯୋଗ ହେଉଛି l କ୍ଷତିଗ୍ରସ୍ତ ଲୋକଙ୍କୁ ସ୍ଥାନୀୟ ସରପଞ୍ଚ ଚାଉଳ ପ୍ରଦାନ କରିଥିବା ଜଣାପଡିଛି। ଏବଂ ସମସ୍ତ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ସେ ଦାବି କରିଛନ୍ତି।