ଦିଲ୍ଲୀ: ଇଦ୍ ଅବସରରେ ପରଦାକୁ ଆସିଥିଲା ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଭାରତ । ପ୍ରଥମ ଦିନରେ ସିନେମା ଦେଶର ୪ ହଜାର ସ୍କ୍ରିନରେ ରିଲିଜ ହୋଇଛି । ଫିଲ୍ମରେ ସଲମାନ ଖାନଙ୍କ ସହ ଅଭିନେତ୍ରୀ କୈଟରିନା କୈଫ୍, ଦିଶା ପଟାନୀ ଏବଂ ତବୁ ମୁଖ୍ୟ ଭୂମିକାରେ ଅଛନ୍ତି । ଏହି ଫିଲ୍ମ ଦେଖିବାକୁ ସଲମାନଙ୍କ ଫ୍ୟାନମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ସିନେମା ପ୍ରତି ଲୋକଙ୍କ କ୍ରେଜ୍ ଦେଖିଲେ ଜଣା ପଡୁଛି ଯେ, ଭାରତ ପ୍ରଥମ ଦିନରେ ନୂଆ ରେକର୍ଡ ସୃଷ୍ଟି କରିବ ।
ଭାରତ ସିନେମା ୨୦୧୪ରେ ନିର୍ମିତ ଦକ୍ଷିଣ କୋରିଆ ଫିଲ୍ମ ଓଡ୍ ଟୁ ମାଇଁ ଫାଦର ଫିଲ୍ମର କାହାଣୀ ଉପରେ ପର୍ଯ୍ୟବେଶିତ । ଏଥିରେ ସଲମାନ ଖାନ୍ ମୁଖ୍ୟ ଚରିତ୍ର ଭାରତ ଭୂମିକା ନଜରରେ ଆସିଛନ୍ତି । ସିନେମାରେ ଜଣେ ସାଧାରଣ ନାଗରିକ ଦୃଷ୍ଟିଭଂଗୀରେ ଭାରତର ସ୍ୱାଧୀନତା ପରର୍ବତୀ ପରର ଘଟଣାକ୍ରମ ବର୍ଣ୍ଣନା କରାଯାଇଛି । ଫିଲ୍ମ ଟି ସିରିଜ୍ ଓ ସଲମାନ୍ ଖାନ୍ ଫିଲ୍ମ ବ୍ୟାନରରେ ନିର୍ମିତ ହୋଇଛି ।

ଭାରତ ଏକ ବହୁତ ବଡ଼ ସମ୍ଭାବନା ଦେଶ ଅଟେ । ଏଠାକାର ଲୋକେ କଠିନ ପରିଶ୍ରମି । ଏପରିକି ପରିବାରର ଲୋକଙ୍କୁ ପରବାହ ନ କରି ନିଜ ଖୁସିକୁ କୁର୍ବାନ କରି ଅନ୍ୟ ଲୋକଙ୍କ ମୁହଁରେ ହସ ଫୁଟାଇବା ପରଂପରା ପାଳନ କରନ୍ତି । ସଲମାନ ଖାନଙ୍କ ଫିଲ୍ମ ଭାରତରେ ମଧ୍ୟ ଏଭଳି ଝଲକ୍ ଦେଖିବାକୁ ମିଳିବ । ଇନ୍ଦୋରରେ ଜନ୍ମଗ୍ରହଣ ହୋଇଥିବା ସଲମାନ ଖାନଙ୍କ ସହ ସୁଲତାନ ଏବଂ ଟାଇଗର ଜିନ୍ଦା ହେ ଆଦି ଫିଲ୍ମ ନିର୍ମାଣ କରିଥିବା ଡେରାଡୁନର ଅଲ୍ଲୀ ଅକ୍ବାସ ଜଫର ବ୍ୟବସାୟଭିର୍ତ୍ତିକ ସିନେମାରେ ପୁଣି ଥରେ ସଫଳତା ପାଇଛନ୍ତି ।
ବିଶେଷ କରି ଇଦ୍ରେ ରିଲିଜ୍ ହୋଇଥିବା ସଲମାନ ଖାନଙ୍କ ଅଧିକାଂଶ ଫିଲ୍ମ ସୁପର ହିଟ୍ ହୋଇଥାଏ । ତେଣୁ ଭାରତ ଫିଲ୍ମ ମଧ୍ୟ ବକ୍ସ ଅଫିସରେ ନୂଆ ରେକର୍ଡ କରିବ ବୋଲି ସିନେ ସମୀକ୍ଷକ ଆଶାବ୍ୟକ୍ତ କରିଛନ୍ତି । ପ୍ରଥମ ଦିନରେ ଭାରତ ବମ୍ପର ଓପନିଂ କରିଥିବା ବେଳେ ପ୍ରାୟ ୪୫ କୋଟି ଟଙ୍କାର ବ୍ୟବସାୟ କରିବା ନେଇ ଅନୁମାନ କରାଯାଉଛି ।..
