ଝାରସୁଗୁଡା- ଭୁବନେଶ୍ୱର ମଧ୍ୟରେ ବିମାନସେବା ଆରମ୍ଭ

ଓଡ଼ିଶାବଡ଼ ଖବର

ଭୁବନେଶ୍ୱର: ଝାରସୁଗୁଡାରୁ ଭୁବନେଶ୍ୱର ବିମାନ ସେବା ଆରମ୍ଭ । ବୁଧବାର ବିମାନଟି ଭୁବନେଶ୍ୱରରୁ ଉଡ଼ାଣ ଆରମ୍ଭ କରି ଝାରସୁଗୁଡାରେ ପହଂଚିଥିଲା । ସେଠାରୁ ପୁଣି ଭୁବନେଶ୍ୱର ଫେରିଥିଲା ଏଟିଆର ୭୨ ବିମାନ । ଏଥିସହ ଉଡାନ-୩ ଯୋଜନା ନିମୟିତ ହେବାକୁ ଯାଉଛି । ସେହିପରି ଝାରସୁଗୁଡା, ରାୟପୁର ମଧ୍ୟରେ ବିମାନସେବା ଆରମ୍ଭ ହେବ । ଏ ଦୁଇ ସ୍ଥାନକୁ ଉଡ଼ାଣ ଅନୁମତି ପାଇଥିବା ଏୟାର ଇଣ୍ଡିଆର ସହଯୋଗୀ ସଂସ୍ଥା ଏଲାଏନ୍ସ ଏୟାର ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି ।
ଭୁବନେଶ୍ୱରରୁ ୭୨ ଜଣ ଯାତ୍ରୀଙ୍କୁ ନେଇ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ବିମାନଟି ପହଂଚିଥିଲା । ଉଦଘାଟନୀ ବିମାନ ଯାତ୍ରାରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାଶ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଓ ବେସାମାରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଓଷା ପାଢ଼ୀ ଯୋଗ ଦେଇଥିଲେ । ଏ ଅବସରରେ ଭୁବନେଶ୍ୱରରୁ ଆସିଥିବା ଅତିଥିଙ୍କୁ ଝାରସୁଗୁଡା ବିମାନବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଥିଲା । ସେହିପରି ଝାରସୁଗୁଡାରୁ ୫୪ ଜଣ ଯାତ୍ରୀ ନେଇ ଭୁବନେଶ୍ୱର ଫେରିଥିଲା ବିମାନ । ସୂଚନା ଅନୁସାରେ, ଝାରସୁଗୁଡା-ଭୁବନେଶ୍ୱର-ରାୟପୁର ମଧ୍ୟରେ ବିମାନ ଚଳାଚଳ କରିବ ।..