ଚିକିତ୍ସା ଲାଗି ବିଦେଶ ଯିବାକୁ ରର୍ବଟ ଭଦ୍ରାଙ୍କୁୁ ଅନୁମତି ଦେଲେ ସିବିଆଇର ସ୍ୱତନ୍ତ୍ର ଅଦାଲତ

ଦେଶ ଓ ବିଦେଶରାଜନୀତି

ଦିଲ୍ଲୀ: ରବର୍ଟ ଭଦ୍ରାଙ୍କୁ ଆଶ୍ୱସ୍ତି । ବିଦେଶ ଯିବା ଲାଗି ସିବିଆଇର ସ୍ୱତନ୍ତ୍ର ଅଦାଲତରୁ ରର୍ବଟ ଭଦ୍ରାଙ୍କୁ ଅନୁମତି ଦିଆଯାଇଛି । ଚିକିତ୍ସା ଲାଗି ବିଦେଶ ଯିବାକୁ ତାଙ୍କୁ ଏହି ଅନୁମତି ଦେଇଛନ୍ତି ଅଦାଲତ । ସ୍ପେଶାଲ ଜର୍ଜ ଅରବିନ୍ଦ କୁମାର ତାଙ୍କୁ ୬ ସପ୍ତାହ ଲାଗି ଆମେରିକା କିମ୍ବା ନେଦରଲାଣ୍ଡ ଯିବାକୁ ଅନୁମତି ଦେଇଛନ୍ତି । ଏଥିପାଇଁ ତାଙ୍କ କାର୍ଯ୍ୟସୂଚୀ ଦାଖଲ କରିବାକୁ କହିଛନ୍ତି ଅଦାଲତ । ହେଲେ ଅଦାଲତ ଭଦ୍ରାଙ୍କୁ ଲଣ୍ଡନ ଯିବାକୁ ଅନୁମତି ଦେଇ ନାହାନ୍ତି । ସୂଚନା ଅନୁସାରେ ଭଦ୍ରା ଏନେଇ ଦିଲ୍ଲୀ ହାଉସ ଅଭେନ୍ୟୁ ଅଦାଲତରେ ଏକ ମେଡିକାଲ ସାର୍ଟିଫିକେଟ୍ ଦାଖଲ କରିଥିଲେ । ଭଦ୍ରାଙ୍କ କହିବାନୁସାରେ, ତାଙ୍କ ଅନ୍ତଃନଳୀରେ ଏକ ଟ୍ୟୁମର ହୋଇଥିବାରୁ ଚିକିତ୍ସା ପାଇଁ ତାଙ୍କୁ ଲଣ୍ଡନ ଯିବାକୁ ପଡ଼ିବ । ଏଥିପାଇଁ ଅନୁମତି ଦେବାକୁ ଲୋଡ଼ିଥିଲେ । ଏହା ପୂର୍ବରୁ ସେ ଇଡିରେ ବିଦେଶ ଯିବାକୁ ଅନୁମତି ଦେବା ଲାଗି ମଧ୍ୟ ଅପିଲ କରିଥିଲେ । ସୂଚନା ଅନୁସାରେ ବହୁ ଚର୍ଚ୍ଚିତ ମନି ଲଣ୍ଡରିଂ ମାମଲାରେ ରର୍ବଟ ଭଦ୍ରାଙ୍କୁ ଇଡି ଯାଂଚ୍ କରିଥିବା ବେଳେ ତାଙ୍କ ବିଦେଶ ଯିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ।..