ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ୨୧ ରନ୍ ରେ ପରାସ୍ତ କଲା ବାଂଲାଦେଶ

ଖେଳଦେଶ ଓ ବିଦେଶ

ଦିଲ୍ଲୀ: ବିଶ୍ୱକପରେ ବାଂଲାଦେଶର ସୁପର ସନ୍ ଡେ । ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ମାତ୍ ଦେଲା ବାଂଲା ଟିମ୍ । ଏଥିସହ ଚଳିତ ବିଶ୍ୱକପ୍ ରେ ଏହା ହେଉଛି ଦକ୍ଷିଣ ଆଫ୍ରିକାର ଦିତ୍ୱୀୟ ପରାଜୟ । ପୂର୍ବରୁ ଇଂଲଣ୍ଡ ଠାରୁ ୧୦୪ ରନ୍ରେ ପରାସ୍ତ ହୋଇଥିବା ବେଳେ ରବିବାର ୨୧ ରନ୍ରେ ପରାଜିତ ହୋଇଛି ଦକ୍ଷିଣ ଆଫ୍ରିକା । ଏଥିସହ ଏସିଆ ମହାଦେଶର ତିନି ଦଳ ପାକିସ୍ତାନ, ଶ୍ରୀଲଙ୍କା ଓ ଆଫଗାନିସ୍ତାନ ଦଳର ପରାଜୟ ପରେ ପ୍ରଥମ ଥର ଜିତିଛି ବାଂଲାଦେଶ । ଟସ୍ ଜିତି ଦକ୍ଷିଣ ଆଫ୍ରିକା ବାଂଲାଦେଶକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ନିର୍ଦ୍ଦାରିତ ନିର୍ଦ୍ଧାରିତ ୫୦ ଓଭର୍ରେ ବାଂଲାଦେଶ ୬ ୱିକେଟ ବିନିମୟରେ ୩୩୦ ରନ୍ କରିଥିଲା । ଦଳ ପକ୍ଷରୁ ଶାକିବ ଅଲ ହସନ ୭୫, ମୁଶଫିକୁର ରହୀମ ୭୮ ରନ୍ କରିଥିଲେ । ଜବାବରେ ୩୩୧ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଦକ୍ଷିଣ ଆଫ୍ରିକା । ହେଲେ ୫୦ ଓଭରରେ ୮ ୱିକେଟ ପକାଇ ୩୦୯ ରନ୍ରେ ହିଁ ଅଟକି ଯାଇଥିଲା ଦକ୍ଷିଣ ଆଫ୍ରିକା । ଦଳ ପକ୍ଷରୁ ଫ୍ଲାପ୍ ଡୁପ୍ଲେସି ୬୨ ଓ ଜେପି ଡୁମିନି ୪୫ ରନ୍ କରିଥିଲେ । ଏବେ ବାଂଲାଦେଶ ଟିମ୍ ୱାନଡେ ତାଲିକାର ୭ ନମ୍ବରରେ ରହିଛି । ଅନ୍ୟପଟେ ଏହି ପରାଜୟ ପରେ ଦକ୍ଷିଣ ଆଫ୍ରିକାର ମୁସ୍କିଲ ବଢ଼ି ଯାଇଛି । କାରଣ ଏଯାଏ ଖେଳିଥିବା ଦୁଇଟି ଯାକ ମ୍ୟାଚରେ ଦଳ ପରାଜୟବରଣ କରିଛି । ଉଦଘାଟନୀ ମ୍ୟାଚରେ ଇଂଲଣ୍ଡଠାରୁ ୧୦୪ ରନରେ ପରାସ୍ତ ହୋଇଥିଲା ଦକ୍ଷିଣ ଆଫ୍ରିକା । ଶକିବ ଅଲ ହସନକୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା ।