ଦିଲ୍ଲୀ: ସର୍ବ ସମ୍ମୁଖରେ ମହିଳାଙ୍କୁ ଚୁମ୍ବନ କରି ପୁଣି ଚର୍ଚ୍ଚାରେ ଫିଲିପ୍ସ ରାଷ୍ଟ୍ରପତି । ମଂଚ ଉପରେ ୫ ମହିଳାଙ୍କୁ ଚୁମ୍ବନ କଲେ ଫିଲିପ୍ସ ରାଷ୍ଟ୍ରପତି ରେଡ୍ରିଗୋ ଦୁର୍ତେତେ । ଦୁର୍ତେତେ ନିଜର ଲମ୍ବା ସମୟର ସାଥୀଙ୍କ ଆଗରେ ଅଭିଭାଷଣ ଦେବା ଅବସରରେ ପାଂଚ ଫିଲିଫାଇନ ମହିଳାଙ୍କୁ ଚୁମ୍ବନ କରିଥିଲେ । ଏବଂ ସେ କହିଥିଲେ ସୁନ୍ଦର ମହିଳାମାନେ ତାଙ୍କୁ ‘ସମଲିଙ୍ଗୀ’ରୁ ଠିକ୍ ହେବାରେ ବିଶେଷ ସହାୟତା କରିଥିଲେ ।
୭୪ ବର୍ଷିୟ ନେତା ଜାପାନରେ ଫିଲିପିନୋ ସଂପ୍ରଦାୟର ଲୋକଙ୍କୁ ଭେଟୁଥିଲେ । ତେବେ କାର୍ଯ୍ୟକ୍ରମ ଶେଷରେ ସେ ମଂଚ ନିକଟରେ ବସିଥିବା ମହିଳା ସ୍ୱେଚ୍ଛାକର୍ମୀଙ୍କୁ ଖୋଦ ଚୁମ୍ବନ କରିବାକୁ କହିଥିଲେ ।
ସିଏଏନ୍ ଫିଲିଫିସ ଅନୁସାରେ, ପ୍ରଥମ ମହିଳା ତାଙ୍କୁ ପଚାରିଥିଲେ କେଉଁଠାରେ ଚୁମ୍ବନ କରିବେ, ଓଠ କି ଗାଳ ଉପରେ? ପୁଣି ସେ ଚୁମନ କରି ତୁରନ୍ତ ମଂଚ ଛାଡ଼ିଥିଲେ ।
ଦ୍ୱିତୀୟ ମହିଳା ଏହି ଅବସରରେ ତାଙ୍କ ଆଖିରୁ ଲୁହ ଝରିବା ସହ ଘବରାଉଥିବା ଦେଖିବାକୁ ମିଳିଥିଲା । ମହିଳା ଜଣକ ନିଜର ପରିଚୟ କୌଣସି ଏକ ବ୍ୟକ୍ତି ବିଶେଷ ରୂପରେ ଦେଇଥିଲେ । ଏବଂ ଗାଳରେ ଚୁମ୍ବନ କରି ସେ ନେତାଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଏହାପରେ ଦୁର୍ତେତ ତୃତୀୟ ମହିଳାଙ୍କୁ ଇସାରା କରିଥିଲେ । ଯାହାଙ୍କୁ ଆମନ୍ତ୍ରଣ କରିବା ପରେ ସେ ମଂଚ ଉପରକୁ ଯାଇଥିଲେ । ରିପୋର୍ଟ ଅନୁସାରେ ମହିଳା ଜଣକ ତୁର୍ତେତଙ୍କୁ ଚୁମ୍ବନ କରିବା ପରେ ତାଙ୍କ ସହ ଏକ ଫଟୋ ମଧ୍ୟ ହୋଇଥିଲେ । ଯେଉଁଥିରେ ଦୁର୍ତେତ ଉକ୍ତ ମହିଳାଙ୍କ ହାତ ଧରିଥିବା ଦେଖିବାକୁ ମିଳିଥିଲା ।
ଚତୁର୍ଥ ଓ ପଂଚମ ମହିଳା ମଧ୍ୟ ଏହିପରି କଲେ ଯାହା ପ୍ରେସ ଦ୍ୱାରା ଫଟୋ ନିଆଯାଇଛି ।
ପୂର୍ବରୁ ଜୁନ ୨୦୧୮ରେ ମଧ୍ୟ ସେ ଏହି ସମୟରେ ବିବାଦ ଘେରରେ ରହିଥିଲେ । ଯେତେତେଳେ ସେ ସିୟୋଲରେ ଜଣେ ବିବାହିତ ବିଦେଶୀ ଫିଲିପିନୋ କାର୍ଯ୍ୟକର୍ତ୍ତାଙ୍କୁ ଫିଲିପିନୋ ସଂପ୍ରଦାୟଙ୍କ ସହ ବୈଠକ ବେଳେ ଚୁମ୍ବନ କରିଥିଲେ ।
ଦୁର୍ତେତ ଜାପାନକୁ ଚାରି ଦିନିଆ ଗସ୍ତରେ ଆସିଥିଲେ, ଗତ ୩୧ ମଇରେ ତାଙ୍କ ଗସ୍ତ ଶେଷ ହୋଇଛି ।..
ମଂଚ ଉପରେ ୫ମହିଳାଙ୍କୁ ଚୁମ୍ବନ କରି ପୁଣି ଚର୍ଚ୍ଚାରେ ଫିଲିପ୍ସ ରାଷ୍ଟ୍ରପତି
