ଦିଲ୍ଲୀରେ ରହୁଥିବା କବି ଓ ସଂପାଦକ ଭାବରେ ରାମଚନ୍ଦ୍ର ନାଥଙ୍କର ରହିଛି ଅନନ୍ୟ ପରିଚୟ । ଘର ଓଡିଶାର ଯାଜପୁର ଜିଲ୍ଲାରେ । ପତ୍ରିକା ସଂପାଦନା ଓ କବିତା ବ୍ୟତୀତ ସେ ଜଣେ ଭଲ ପାଠକ ଓ ସଂଗଠକ ମଧ୍ୟ। ତାଙ୍କର ସାହିତ୍ୟ ସର୍ଜନାକୁ ନେଇ ନବନୀତା ପକ୍ଷରୁ ପ୍ରସ୍ତୁତ କରାଯାଇଛି ଏକ ସଂକ୍ଷିପ୍ତ ସାକ୍ଷାତକାର।
ପ୍ରସ୍ତୁତି: ନବନୀତା
ଉପସ୍ଥାପନା: ପବିତ୍ର ବ୍ରହ୍ମପୁତ୍ର ନାୟକ
ପ୍ରଶ୍ନ‐ସାହିତ୍ୟ ପ୍ରତି ଆପଣଙ୍କର ଅନୁରାଗ କେବେଠୁ ?
ଉତ୍ତର‐୧୯୯୩ ମସିହାରେ ଯେତେବେଳେ ଏକ ପ୍ରବନ୍ଧ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କଠୁ ସୂଚନା ଭବନରୁ ପୁରସ୍କୃତ ହେଲି ସେବେଠୁ।
ପ୍ରଶ୍ନ-କେବେଠୁ ପତ୍ରିକା ସଂପାଦନା କରୁଛନ୍ତି?
ଉତ୍ତର‐୧୯୯୭ ମସିହାରୁ ପତ୍ରିକା ସଂପାଦନା କରୁଛି।
ପ୍ରଶ୍ନ‐ଆପଣ ଦିଲ୍ଲୀରେ ରହୁଛନ୍ତି! ସୃଜନର ସମୟ ଆପଣଙ୍କର କିପରି ବିତେ?
ଉତ୍ତର‐କର୍ମକ୍ଷେତ୍ରରୁ ସମୟ ପାଇଲେ ବିଭିନ୍ନ ଭାଷାର ସାହିତ୍ୟିକଙ୍କ ସହ ମିଶେ।
ପ୍ରଶ୍ନ‐ସୃଜନ ପ୍ରେମୀ ହୋଇ ନଥିଲେ କଣ କରିଥାନ୍ତେ ?
ଉତ୍ତର‐ସୃଜନ ପ୍ରେମୀ ହୋଇ ନଥିଲେ ବୋଧହୁଏ ମୋର ଜନ୍ମ ହୋଇ ନଥାନ୍ତା।
ପ୍ରଶ୍ନ‐ଓଡିଶା ଓ ଦିଲ୍ଲୀରେ ସାହିତ୍ୟ ଭିତରେ କିଛି ତଫାତ୍ ଦେଖନ୍ତି କି?
ଉତ୍ତର‐ ଓଡିଶାରେ କେବଳ ଓଡିଆ ସାହିତ୍ୟ ଅନୁଭବ କରୁଥିଲା ବେଳେ,ଦିଲ୍ଲୀରେ ବିଭିନ୍ନ ଭାଷାର ସାହିତ୍ୟ ଓ ସାହିତ୍ୟିକଙ୍କ ସହ ପ୍ରତ୍ୟକ୍ଷ ଭାବେ ସଂସ୍ପର୍ଶରେ ଆସି ହୁଏ ।
