କଣ ପାଇଁ ପୁଣି ମୋଦୀଙ୍କ ସହାୟତା ଲୋଡିଲେ ଟ୍ରମ୍ପ, ପଢନ୍ତୁ ଏହି ଖବର

ଦେଶ ଓ ବିଦେଶବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ, ଭୁବନେଶ୍ୱର। ଅସହାୟ ଆମେରିକା। କରୋନା ସଂକ୍ରମଣ ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉନି। ଏଥିପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୁଣି ଥରେ ସହାୟତା ଲୋଡିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ। ହାଇଡ୍ରୋକ୍ସୀକ୍ଲୋରୋକୁଇନ୍ ମେଡ଼ିସିନ୍ ଯୋଗାଇବା ଦିଗରେ ସହାୟତା ପାଇଁ ଆଶାବ୍ୟକ୍ତ କରିଛନ୍ତି ଟ୍ରମ୍ଫ୍।
ମିଡିଆକୁ ସମ୍ବୋଧିତ କରି ଟ୍ରମ୍ଫ କହିଛନ୍ତି ଯେ, ରବିବାର ସକାଳେ ଏନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥାବାର୍ତ୍ତା କରିଥିଲି। ଯଦି ମେଡ଼ିସିନ୍ ଯୋଗାଇବା ପାଇଁ ଅନୁମତି ଦେବେ ତାହେଲେ ଆମେ ତାଙ୍କ ପଦକ୍ଷେପକୁ ପ୍ରଶଂସା କରିବୁ। ସହାୟତା ନ କଲେ ବି କିଛି କଥା ନାହିଁ ବୋଲି କହିଛନ୍ତି ଟ୍ରମ୍ପ। କିନ୍ତୁ ସେ ମଧ୍ୟ ଆମଠାରୁ ଏହିଭଳି ପ୍ରତିକ୍ରିୟାର ଆଶା ରଖନ୍ତୁ ବୋଲି ଟ୍ରମ୍ପ କହିଛନ୍ତି।


ସୂଚନାଯୋଗ୍ୟ ଯେ, କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ୩ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଚିହ୍ନଟ ହେବା ସହ ୧୦ ହଜାର ଲୋକ ମୃତ୍ୟୁବରଣ କରିସାରିଲେଣି। ଏଥିସହ ଦେଶରେ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି। ଏପରିକି ଏଯାଏ ଏହି ଭୂତାଣୁର କୌଣସି ଚିକିତ୍ସା କି ମେଡ଼ିସିନର ଆବିଷ୍କାର ହୋଇନି।
ତେଣୁ ଏହାର ସଠିକ୍ ଚିକିତ୍ସା ପାଇଁ ଆମେରିକା ଓ ବିଶ୍ଵର ବୈଜ୍ଞାନିକମାନେ ରାତିଦିନ ଟୀକା ସନ୍ଧାନରେ କହିଛନ୍ତି। ଫଳରେ ଲୋକଙ୍କ ଜୀବନ ବଞ୍ଚାଇ ହେବ। ଏହି ମହାମାରୀ ଯୋଗୁଁ ବିଶ୍ୱରେ ଏବେ ୬୪ ହଜାରରୁ ଅଧିକ ଲୋକଙ୍କ ଜୀବନ ହାନି ହୋଇ ସାରିଲାଣି। ଏଥିସହ ୧୧ ଲକ୍ଷ ୫୩ ହଜାର ୧୪୨ ଜଣ ସଂକ୍ରମିତ ହୋଇଥିବା ଜଣା ପଡିଛି।