ସାମାଜିକ ସେବାରେ ବନଫୁଲ: ଅସହାୟଙ୍କୁ ଆର୍ଥିକ ସହାୟତା

ଓଡ଼ିଶାସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ, ଭୁବନେଶ୍ବର। ଅସହାୟଙ୍କୁ ସହାୟ ବନଫୁଲ। କେବଳ ପୁସ୍ତକ ପ୍ରକାଶନ ନୁହେଁ, ରାଜ୍ୟର ଅସହାୟ, ରୋଗୀ, ଗରିବ ଓ ନିରାଶ୍ରୟ ମାନଙ୍କୁ ସହଯୋଗର ହାତ ବଢାଉଛି ସାମାଜିକ ଅନୁଷ୍ଠାନ ବନଫୁଲ ସହଯୋଗ ସମିତି। ଏପରିକି ଅସହାୟ ମଣିଷମାନଙ୍କ ଘରେ ପହଞ୍ଚି ସହଯୋଗ ସମିତି ଆର୍ଥିକ ସହାୟତା ପ୍ରଦାନ କରୁଛି।

ଏଇ ନିକଟରେ କେନ୍ଦ୍ରାପଡା ଜିଲ୍ଲାର ଗରିବ ଚାଷୀ ଦଧିବାମାନ ସାହୁଙ୍କ ବ୍ରେନ୍ ଷ୍ଟ୍ରୋକ ଖବର ପାଇ ଅନୁଷ୍ଠାନ ତାଙ୍କ ଘରେ ପହଞ୍ଚି ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲା। ସେହିପରି ରାଜନଗର ଗାଁର ଅସହାୟ ମଣିଷ ହୃଷି ରଣା, ଡାଂଗମାଳ ଗାଁର ଗିରିଧାରୀ ବେହେରା ଓ କଟକ ଜିଲ୍ଲା ପକ୍ଷାଘାତ ପୀଡିତ ରମେଶ ବେହାରା ପ୍ରମୁଖଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଏହା ସହିତ ସହଯୋଗ ସମିତି ସମାଜରେ ଅସହାୟ ମାନସିକ ବିକୃତ ବ୍ୟକ୍ତିମାନଙ୍କୁ ଖାଦ୍ୟ ଦେବା ସହ ପଶୁପକ୍ଷୀମାନଙ୍କୁ ମଧ୍ୟ ଖାଦ୍ୟ ଓ ସରୁକ୍ଷା ଯୋଗେଇ ଆସୁଛି।

ସହଯୋଗ ସମିତିର ଏହି ମହତ କାର୍ଯ୍ୟ ଦେଖି ସାରା ଓଡିଶାରେ ଶୁଭେଚ୍ଛା ଓ ସାଧୁବାଦ ବାର୍ତ୍ତା ଆସି ପହଞ୍ଚିଛି । ଅନୁଷ୍ଠାନର ନିର୍ଦ୍ଦେଶକ ପବିତ୍ର ବ୍ରହ୍ମପୁତ୍ର ନାୟକ ସମାଜର ଅସହାୟ ମଣିଷଙ୍କ ପାଖକୁ ସହଯୋଗର ହାତ ଲମ୍ବି ଆସିବା ସଙ୍ଗେ ସଙ୍ଗେ ସମସ୍ତେ ସମାଜ ସେବା କରିବା ଆବଶ୍ୟକ ବୋଲି କହିଛନ୍ତି।