ଘର ମାଲିକଙ୍କୁ ୩ ମାସର ଭଡ଼ା ଛାଡ଼ିବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ଭଡ଼ାଟିଆଙ୍କୁ ୩ ମାସର ଘର ଭଡ଼ା ଛାଡ଼ କର। ନହେଲେ ଭଡ଼ା ଟଙ୍କା ସ୍ଥଗିତ ରଖ। ଏନେଇ ଘର ମାଲିକଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏବେ ମହାମାରୀ କରୋନା ପାଇଁ ସାରା ବିଶ୍ବ ଅଦ୍ଭୂତପୂର୍ବ ସଂକଟର ସମ୍ମୁଖୀନ ହେଉଛି। ଏଭଳି ପରିସ୍ଥିତିରେ ପରସ୍ପର ପ୍ରତି ସହୃଦୟଭାବ ଦେଖାଇବାର ସମୟ ଆସିଛି।

ତେଣୁ ଏ କଠିନ ସମୟରେ ଘର ମାଲିକମାନେ ସହାନୁଭୂତି ପ୍ରଦର୍ଶନ କରିବା ସହ ଭଡାଟିଆଙ୍କ ୩ ମାସର ଘର ଭଡ଼ା ଛାଡ଼ିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ। ଯଦି କେହି ଭଡ଼ା ଦେବାକୁ ଅସମର୍ଥ ତାହେଲେ ସେମାନଙ୍କୁ ଘର ଛାଡ଼ିବାକୁ ନ କହିବା ପାଇଁ କହିଛନ୍ତି ନବୀନ ପଟ୍ଟନାୟକ।