ନବନୀତା ବ୍ୟୁରୋ, ଭୁବନେଶ୍ୱର। କରୋନା ଭାଇରସ ସଙ୍କଟକୁ ଦୂର କରିବା ପାଇଁ ପିଏମ୍ କେୟାରସ ପାଣ୍ଠିକୁ ଲୋକେ ଖୁବ୍ ଡୋନେସନ୍ ଦେଉଛନ୍ତି। ବଲିଉଡ୍ ଅଭିନେତା ଅକ୍ଷୟ କୁମାର ୨୫ କୋଟି ଦେବା ପରେ ଏହି ପ୍ରକ୍ରିୟା ଜାରି ରହିଛି। ଏବେ ଦାନ ଦେଉଥିବା ଲୋକଙ୍କ ଲାଇନ୍ ଲାଗିବାରେ ଲାଗିଛି।
ଏହାରି ମଧ୍ୟରେ ପେଟ୍ରୋଲିୟମ ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ପବ୍ଲିକ ସେକ୍ଟର କମ୍ପାନୀ କରୋନା ସଙ୍କଟକୁ ଦୃଷ୍ଟିରେ ରଖି ପିଏମ କେୟାରସ ଫଣ୍ଡରେ ଏଯାଏ ସବୁଠାରୁ ବଡ଼ ଯୋଗଦାନ ୧୦୩୧.୨୯ କୋଟି ଜମା କରାଯାଇଛି। ଏହା ଇଣ୍ଡିଆନ୍ ଅଏଏଲ୍, ଭାରତ ପେଟ୍ରୋଲିୟମ, ଓଏନଜିସି ଭଳି କମ୍ପାନୀ ଏକଜୁଟ କରି ଦେଇଛନ୍ତି।
ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୂଚନା ଅନୁସାରେ ଏହି ଦାନ ବ୍ୟତୀତ କମ୍ପାନୀର କର୍ମଚାରୀ ଓ ଅଧିକାରୀମାନେ ମଧ୍ୟ ୬୧ କୋଟି ସଂଗ୍ରହ କରି ପାଣ୍ଠିରେ ଦାନ କରିଛନ୍ତି।
ପିଏମ୍ କେୟରସ ଫଣ୍ଡକୁ ସବୁଠୁ ଅଧିକ ଦାନ, ପେଟ୍ରୋଲିୟମ କମ୍ପାନୀ ଦେଲା ୧୦୩୧ କୋଟି
