ନବନୀତା ବ୍ୟୁରୋ। ପୁଣି ନିର୍ଦ୍ଵନ୍ଦରେ ବିଜେଡି ସଭାପତି ଭାବେ ହେଲେ ନବୀନ ପଟ୍ଟନାୟକ। ୮ମ ଥର ଲାଗି ଦଳର ମଙ୍ଗ ଧରିଲେ ନବୀନ। ବିଜେଡ଼ି ସଭାପତି ଭାବେ ଦାୟିତ୍ୱ ନେବା ପରେ ନବୀନ ସାଢେ ଚାରି କୋଟି ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ରାଜ୍ୟ ବିଜେଡ଼ି କାର୍ଯ୍ୟାଳୟରେ ଦଳର ରାଜ୍ୟ ପରିଷଦ ବୈଠକ ଡକାଯାଇଥିଲା। ନବୀନ ପଟ୍ଟନାୟକ ସଭାପତି ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି। ଏକମାତ୍ର ପ୍ରାର୍ଥୀ ଭାବେ ନବୀନ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତେବେ ବୁଧବାର ସଭାପତି ନେଇ ରିଟର୍ଣ୍ଣିଂ ଅଫିସର ପ୍ରତାପ ଦେବ ନାମ ଘୋଷଣା କରିଛନ୍ତି। ତାସହ ଦଳର ୮୦ ଜଣ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। ସଭାପତି ଭାବେ ନିର୍ବାଚିତ ହେବା ପରେ ନବୀନ ସାଢେ ୪ କୋଟି ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସଭାପତି ହେବା ପରେ କଣ କହୁଛନ୍ତି ନବୀନ ପଟ୍ଟନାୟକ ଶୁଣନ୍ତୁ।
