ନବନୀତା ବ୍ୟୁରୋ। ପାଟଣାଗଡ଼ ବିଧାୟକ ଭାବେ ଜିତୁ ଜିତୁ ଦବଙ୍ଗଗିରୀ କରି ଚର୍ଚ୍ଚାର ଘେରକୁ ଆସିଥିଲେ ବିଧାୟକ ସରୋଜ କୁମାର ମେହେର। ରାସ୍ତା କାମ ନିମ୍ନମାନର ହୋଇଥିବା ଅଭିଯୋଗରେ ଜେଇଙ୍କୁ ସର୍ବସମ୍ମୁଖରେ ଉଠ ବସ କରାଇବା ସହ ଜନସାଧାରଣଙ୍କୁ ମାଡ ମାରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଯାହା ପରବର୍ତ୍ତୀ ସମୟରେ ତାଙ୍କୁ ମହଙ୍ଗା ପଡ଼ିଥିଲା। ଶେଷରେ ଝାରପଡ଼ା ଜେଲର ହାୱା ଖାଇଥିଲେ ବିଧାୟକ। ଏଥିସହ ପାଟଣାଗଡରେ ନୂଆ ଇତିହାସ ରଚିଥିଲେ ବିଧାୟକ ସରୋଜ ମେହେର।
Dt.09.02.20.ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ପାଟଣାଗଡ ବ୍ଲକ ଖୁରସେଲ ପଞ୍ଚାୟତ ଇନ୍ଦୁପୁର ଗ୍ରାମକୁ ଯାଇଥିଲେ ସେଠାରେ ସୁସ୍ୱାଗତମ କରିଥିଲେ ଏବଂ ବିଧାୟକ ଗ୍ରାମରେ ବୁଲି ବୁଲି ଲୋକମାନଙ୍କ ସୁବିଧା ଅସୁବିଧା ପଚାରି ବୁଝି ଆଗାମୀ ଦିନରେ ସମସ୍ତ ଅସୁବିଧା ର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । pic.twitter.com/x4udyUviBu
— Saroj Ku Meher M.L.A patnagarh (@Sarojmeher112) February 9, 2020
ଏବେ କିନ୍ତୁ ପରିସ୍ଥିତି ଅଲଗା। ଜେଲରୁ ଜାମିନରେ ଆସିବା ପରେ ନିଜ ଦେହର ଦାଗ ଛଡ଼ାଇବା ପାଇଁ ଲୋକଙ୍କ ନିକଟତର ହେବାକୁ ପ୍ରୟାସ ଚଳାଇଛନ୍ତି। ଗାଁ ଗାଁ ଯାଇ ଲୋକଙ୍କ ସହ ମିଶି ସମସ୍ୟା ବୁଝି ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ସେ। କେଉଁଠି ମନ୍ଦିର, ସମାରୋହ ତ୍ ଆଉ କେଉଁଠି ଫୁଟବଲ ମ୍ୟାଚରେ ଅତିଥି ଭାବେ ଯୋଗ ଦେଇ ସୋସାଲ ମିଡ଼ିଆରେ ପୋଷ୍ଟ ବି କରୁଛନ୍ତି।
Collector Balangir please reach out to this person and see if we can provide pension to him after due inquiry.@CollectorBgr https://t.co/lq218lprOa
— Bhaskar Sarma (@Bhaskar__Sarma) February 9, 2020
ଅନ୍ୟପଟେ ନିଜ ନିର୍ବାଚନ ମଣ୍ଡଳୀରେ ଲୋକେ ପେନସନ ପାଇଁ ହଇରାଣ ହେଉଥିବା ନଜିର ରହିଛି। ପାଟଣାଗଡ ବ୍ଲକର ବାଲିପଟା ଗାଁର ହୀରା ଦୀପ, ଖପ୍ରାଖୋଲ କରଲାମାଲ ଗାଁର ମିନିକେତନ୍ ଖର ଓ ବେଲପଡ଼ା ଜଳିଆ ଗାଁର ବିଭୀଷଣ ବରିହାଙ୍କ ବୟସ ହୋଇଥିଲେ ମଧ୍ୟ ମଧୁବାବୁ ପେନସନ ଯୋଜନାରେ ସାମିଲ ହୋଇ ପାରି ନାହାନ୍ତି। ଏନେଇ ସୋସାଲ ମିଡ଼ିଆରେ ଘୁରି ବୁଲୁଥିବା ବେଳେ ବିଧାୟକ ସମସ୍ୟାର ସମାଧାନ କରି ପାରି ନାହାନ୍ତି। ହେଲେ ଏନେଇ ବିଭାଗୀୟ ସଚିବ ଭାସ୍କର ଶର୍ମା ଘଟଣାର ତଦନ୍ତ କରି ପଦକ୍ଷେପ ନେବାକୁ ବଲାଙ୍ଗିର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
Her eligibility may be examined and we may provide necessary assistance as per rule. @CollectorBgr https://t.co/Zp6qq9V2Cm
— Bhaskar Sarma (@Bhaskar__Sarma) February 9, 2020
ତେବେ ପାଟଣାଗଡରେ ଲୋକେ ସମସ୍ୟାରେ ଜର୍ଜରିତ ହେଉଥିବା ବେଳେ ଏଥିପ୍ରତି ବିଧାୟକଙ୍କ ଦୃଷ୍ଟି ପଡୁନି କେମିତି? ଗାଁ ଗାଁ ଯାଇ ଲୋକଙ୍କ କଥା ବୁଝି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ବିଧାୟକଙ୍କ ଏକ ବଳିଷ୍ଠ ପଦକ୍ଷେପ ନା କେବଳ ଲୋକ ଦେଖାଣିଆ। ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଭୁଆଁ ବୁଲାଉଥିବା ଏଥିରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି। କାରଣ ପେନସନ ଯୋଜନାରେ ସାମିଲ ହୋଇ ନପାରି ଲୋକେ ହଇରାଣ ହେଉଥିବା ଜାଣି ସୁଦ୍ଧା ବିଧାୟକ କୌଣସି ପଦକ୍ଷେପ ନେଉନଥିବା ଘଟଣା ସାଧାରଣରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ସେପଟେ ବିଭାଗୀୟ ସଚିବ ରାଜଧାନୀରେ ଥିଲେ ବି ଏ ସମସ୍ୟା ସୋସାଲ ମିଡ଼ିଆରୁ ଜାଣିବା ପରେ ସଂପୃକ୍ତ ଜିଲ୍ଲାପାଳଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ କୌଣସି କାମ କରିବା ପାଇଁ ଆତ୍ମ ପ୍ରଚାର କି ଲୋକ ଦେଖାଣିଆ ପାଇଁ ନୁହେଁ, ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ଆନ୍ତରିକତା ଥିବା ଦରକାର।
