ନବନୀତା ବ୍ୟୁରୋ। ଦିଲ୍ଲୀରେ ପୁଣି ସରକାର ଗଠନ କରିବା ସହ ହ୍ୟାଟ୍ରିକ କଲା ଆପ। କେନ୍ଦ୍ରରେ ମୋଦୀଙ୍କ ୨.୦, ଦିଲ୍ଲୀରେ କେଜରିୱାଲଙ୍କ ୩.୦ ସରକାର। ତେବେ ଜାତୀୟ ପ୍ରସଙ୍ଗ ନୁହଁ ବରଂ ସ୍ଥାନୀୟ ଇସ୍ୟୁକୁ ମୂଦ୍ଦା କରି ସଫଳ ହୋଇଛି ଆପ। ଜାତୀୟ ଦଳକୁ ଧୂଳି ଚଟାଇ ଦିଲ୍ଲୀ ଦଖଲ କରିଛି ଆମ୍ ଆଦମୀ ପାର୍ଟି। ଏକତରଫା ଭାବେ ୬୨ ଆସନ ଅକ୍ତିଆର କରି ବିରୋଧୀଙ୍କ ପାଟି ଚୁପ୍ କରି ଦେଇଛନ୍ତି ଅରବିନ୍ଦ କେଜରିୱାଲ। ବିଜେପିକୁ ୮ଟି ଆସନ ମିଳିଥିବା ବେଳେ କଂଗ୍ରେସ ଖାତା ବି ଖୋଲି ପାରିନି।
ଦିଲ୍ଲୀ ବିଧାନସଭା ପାଇଁ ପୂର୍ଣ୍ଣ ବହୁମତ ପାଇବା ପରେ କେଜରିୱାଲ ପରିବାର ସହ ପାର୍ଟି ଅଫିସକୁ ଆସି ଉଦବୋଧନ ଦେଇଥିଲେ। ସେ କହିଥିଲେ ଏ ବିଜୟ, ଦିଲ୍ଲୀବାସୀଙ୍କ ବିଜୟ। ଆଜି ମଙ୍ଗଳବାର ଦିନ ହୋଇଥିବାରୁ ହନୁମାନ ଦିଲ୍ଲୀବାସୀଙ୍କ ଲାଗି କୃପା କରିଛନ୍ତି। ତେଣୁ ହନୁମାନ ଜୀଙ୍କୁ ଧନ୍ୟବାଦ୍ ଦେବା ସହ ଦିଲ୍ଲୀବାସୀଙ୍କୁ କୃତଜ୍ଞତା ଜଣାଇ ଆଇ ଲଭ୍ ୟୁ ବୋଲି କହିଥିଲେ କେଜରିୱାଲ। ଏପରିକି ଆଜିର ଦିନ କେଜରିୱାଲଙ୍କ ପାଇଁ ବିଶେଷ ଦିନ ଥିଲା କାରଣ ଆଜି ତାଙ୍କ ପତ୍ନୀଙ୍କ ଜନ୍ମ ଦିନ। ଜନ୍ମ ଦିନରେ ଦିଲ୍ଲୀ ବିଜୟ ତାଙ୍କୁ ଉପହାର ସ୍ୱରୂପ ଦେଇଛନ୍ତି କେଜରିୱାଲ।
ଦିଲ୍ଲୀ ନିର୍ବାଚନ ୨୦୨୦ ଗଣତି ଆରମ୍ଭରୁ ଆପ ଆଗରେ ରହିବା ସହ ସଂଖ୍ୟା ଗରିଷ୍ଠତା ହାସଲ କରିବା ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା। ୭୦ ବିଶିଷ୍ଟ ଦିଲ୍ଲୀ ବିଧାନସଭାର ମ୍ୟାଜିକ ନମ୍ବର ୩୬ ଥିବା ବେଳେ ଆପ ୬୩, ବିଜେପି ୮ ଓ କଂଗ୍ରେସ ୦ ଆସନ ପାଇଛି। ଗତ ୮ ତାରିଖରେ ଦିଲ୍ଲୀରେ ମତଦାନ ହୋଇଥିଲା। ତେବେ ଏଥର ପାଖାପାଖି ୬୨ ପ୍ରତିଶତ ମତଦାନ ହୋଇଥିଲା।
ଅଗଲେ ୫ ସାଲ୍ କେଜରିୱାଲ
