ସିଏଏ- ଏନ୍ଆରସି ନେଇ ଓବୈଶୀଙ୍କ ବଡ଼ ବୟାନ: ‘ଗୁଳି ଖାଇବୁ, କାଗଜ ଦେଖାଇବୁ ନାହିଁ ‘

ଦେଶ ଓ ବିଦେଶବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ନାଗରିକତା ସଂଶୋଧନ ଆଇନ୍ ଓ ଏନ୍ଆରସି ବିରୋଧରେ ଦେଶରେ ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ଚାଲିଛି। ତେବେ ଏନେଇ ଲୋକଙ୍କୁ ଉସ୍କାଇବା ଉଦ୍ୟମ କରିଛନ୍ତି ଏଆଇଏମ୍ଆଇଏମ୍ ମୁଖ୍ୟ ତଥା ସାଂସଦ ଅସଦୁଦ୍ଧିନ୍ ଓବୈଶୀ। ସେ କହିଛନ୍ତି ଆମେ କାଗଜ ଦେଖାଇବୁ ନାହିଁ। ଯଦି କାଗଜ ଦେଖାଇବା ପାଇଁ କୁହାଯିବ ତାହେଲେ ଗୁଳି ଖାଇବା ପାଇଁ ଛାତି ଦେଖାଇ ଦେବୁ।

ନ୍ୟୁଜ ସଂସ୍ଥା ଏଏନ୍ଆଇ ଅନୁସାରେ ଓବୈଶୀ କହିଛନ୍ତି, ଯିଏ ମୋଦୀ ଶାହାଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିବ ସିଏ ମର୍ଦ ଏ ମୂଜାହିଦ କୁହାଯିବ। ସେ ଆହୁରି କହିଛନ୍ତି ମୁଁ ଦେଶରେ ରହିବି ହେଲେ କାଗଜ ଦେଖାଇବି ନାହିଁ। ଯଦି କାଗଜ ଦେଖାଇବା ପାଇଁ କୁହାଯିବ ତାହେଲେ ଛାତି ଦେଖାଇ ଦେବୁ ଗୁଳି ଖାଇବା ପାଇଁ। ହୃଦୟରେ ଗୁଳି ମାର କାରଣ ହୃଦୟରେ ହିଁ ରହିଛି ଦେଶ ପ୍ରେମ।

ଏହା ପୂର୍ବରୁ ମଧ୍ୟ ଓବୈଶୀ ସିଏଏ ଓ ଏନ୍ଆରସି ପ୍ରସଙ୍ଗରେ ମୋଦୀ ନେତୃତ୍ଵାଧୀନ ସରକାର ଉପରେ ଆକ୍ରମଣ କରି ଆସୁଛନ୍ତି। ନାଗରିକତା ଆଇନକୁ ଭେଦଭାବ ପୂର୍ଣ୍ଣ କହିବା ସହ ଏହାଦ୍ବାରା ମୁସଲମାନଙ୍କୁ ପରେଶାନ୍ କରା ଯିବ। ଏଆଇଏମ୍ଆଇଏମ୍ ନେତା ଟୁଇଟରେ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ଅଫିସର କହିବା କଥା ହେଲା ସିଏଏ କୌଣସି ଭାରତୀୟର ନାଗରିକତା ନେବା କାନୁନ୍ ନୁହେଁ। ହେଲେ ଏହାର ଉପଯୋଗ ଅଣ ମୁସଲମାନଙ୍କୁ ନଜରରୁ ହଟାଇବା ପାଇଁ କରାଯିବ। ତାଙ୍କ ମାମଲା ଶେଷ କରି ଦିଆଯିବ। ଓ ମୁସଲମାନ ଗୃହବନ୍ଦୀ ହୋଇ ରହିବେ।