ବଜେଟ ୨୦୨୦: ଜାଣନ୍ତୁ କେଉଁ ଜିନିଷ ଶସ୍ତା ଓ ମହଙ୍ଗା ହେଲା

ଦେଶ ଓ ବିଦେଶବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ୨୦୨୦ ଉପସ୍ଥାପିତ କରିଛନ୍ତି। ହେଲେ ବଜେଟରେ ଲୋକଙ୍କୁ ଆଶ୍ବସ୍ତ କରିବାକୁ ଉଦ୍ୟମ କରାଯାଇଛି। ପ୍ରତି ଥର ଭଳି ଏଥର ବି ବଜେଟ ପରେ କିଛି ଜିନିଷ ମହଙ୍ଗା ଓ କିଛି ଜିନିଷ ଶସ୍ତା ହୋଇଛି। ତେବେ ଏହା ଉପରେ ସାଧାରଣ ଜୀବନରେ କଣ ପ୍ରଭାବ ପଡ଼ିବ। ଜାଣନ୍ତୁ କେଉଁ ଜିନିଷ ଶସ୍ତା ହେଲା ଓ କେଉଁ ଜିନିଷ ମହଙ୍ଗା ହୋଇଛି।

ଶସ୍ତା

ସୋୟା ପ୍ରୋଟିନ, ଅଶୌଧିତ ଚିନି, ପ୍ଲାଷ୍ଟିକ କେମିକାଲ, ସ୍କୀମ କ୍ଷୀର, ଟିଭି, ସୋଲାର ବ୍ୟାଟ୍ରି, ନ୍ୟୁଜ ପ୍ରିଣ୍ଟ, ପ୍ଲେଟିନମ୍, ପ୍ଲାଷ୍ଟିକ ସିଟ୍ ଓ ଏଲେକ୍ଟ୍ରିକ କାର ଶସ୍ତା ହୋଇଛି।

ମହଙ୍ଗା

ଅଟୋ ପାର୍ଟସ, ମେଡିକାଲ୍ ଇକ୍ୟୁପମେଣ୍ଟ, ଫର୍ଣିଚର, ତମାଖୁ ସିଗାରେଟ୍, ଫ୍ରୁଟବିଆର, ମୋବାଇଲ, ଜୁତା, ଚପଲ, ପାଣି ଫିଲଟର, କାଚ ଜିନିଷ, ପଙ୍ଖା ଓ ମିକ୍ସର ମହଙ୍ଗା ହୋଇଛି।