ନବନୀତା ବ୍ୟୁରୋ। ଗଣତନ୍ତ୍ର ଦିବସ ଅବସରରେ ଟିମ୍ ଇଣ୍ଡିଆର ବଡ଼ ଜିତ। ଦ୍ବିତୀୟ ଟି ୨୦ ମ୍ୟାଚରେ ବି ନ୍ୟୁଜଲ୍ୟାଣ୍ଡକୁ ୭ ୱିକେଟରେ ପରାସ୍ତ କଲା ଟିମ୍ ଇଣ୍ଡିଆ। ଶିଭମ୍ ଦୁବେ ଛକା ଲଗାଇ ଟିମ୍ ଇଣ୍ଡିଆକୁ ବିଜୟୀ କରିବା ସହ ୨-୦ ରେ ସିରିଜ ଆଗୁଆ ରହିଛି।
ଟସ ଜିତି ନ୍ୟୁଜଲାଣ୍ଡ ବ୍ୟାଟିଂ କରିଥିଲା। ପ୍ରାରମ୍ଭିକ ବ୍ୟାଟିଂ ଧୂଆଁଧାର ହୋଇଥିଲେ ବି ମାର୍ଟିନ ଗୁପ୍ତିଲ୍ ଆଉଟ୍ ହେବା ପରେ ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା। ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ବିନିମୟରେ ୧୩୨ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ କିୱି ଟିମ୍।
ଜବାବରେ ୧୩୩ ରନର ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ। ପ୍ରଥମ ଓଭରରେ ଦୁଇଟି ଚୌକା ଲଗାଇବା ପରେ ଆଉଟ୍ ହୋଇଥିଲେ ରୋହିତ ଶର୍ମା। ଏହାପରେ କ୍ୟାପଟେନ ବିରାଟ କୋହଲି ପାଭିଲିଅନ୍ ଫେରିଥିଲେ। ଏହାପରେ ରାହୁଲ ଓ ଆୟର ପାରି ସମ୍ଭାଳି ଟିମ୍ ଇଣ୍ଡିଆକୁ ଜିତାଇବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। ହେଲେ ଛକା ଲଗାଇବା ଉଦ୍ୟମ କରି ବିଫଳ ହୋଇଥିଲେ ଆୟର। ୪୪ ରନ୍ କରି ପାଭିଲିଅନ୍ ଫେରିବାକୁ ପଡ଼ିଥିଲା।
ଏହାପରେ ଶିଭମ୍ ବ୍ୟାଟିଂ ପାଇଁ ଆସି ରାହୁଲଙ୍କ ସାଥ ଦେଇଥିଲେ। ରାହୁଲ ବଡ଼ ସର୍ଟ ଖେଳି ଅର୍ଦ୍ଧଶତକ ପୁରଣ କରିଥିଲେ। ପରେ ଶିଭମ୍ ଛକା ଲଗାଇ ଟିମ୍ ଇଣ୍ଡିଆକୁ ବିଜୟୀ କରାଇଥିଲେ। ରାହୁଲ ନାବାଦ୍ ୫୭ ରନ୍ କରିଥିଲେ। ଏହି ବିଜୟୀ ସହ ଟିମ୍ ଇଣ୍ଡିଆ ୨-୦ ରେ ଆଗୁଆ ରହିଛି।
