ଇରାନ ସଙ୍କଟ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ, ତେଲ ଦାମ ଉପରେ ସରକାରର ରହିଛି ନଜର: ଧର୍ମେନ୍ଦ୍ର ପ୍ରଧାନ

ଦେଶ ଓ ବିଦେଶବଡ଼ ଖବରବ୍ୟବସାୟରାଜନୀତି

ନବନୀତା ବ୍ୟୁରୋ। ଇରାନ – ଆମେରିକା ବିବାଦ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ ବିବାଦ ଲାଗି ରହିଥିଲେ ବି ତେଲ ଦର ବୃଦ୍ଧି ନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ତୈଳ ଦର ନେଇ ସରକାର ତୀକ୍ଷ୍ମ ନଜର ରଖିଛି। ତେବେ ଆବଶ୍ୟକ ପଡିଲେ ଦୁନିଆର ଯେକୌଣସି ଦେଶରୁ କଚା ତେଲ କିଣା ଯିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।

ସିଆଇଆଇ ପକ୍ଷରୁ ଆୟୋଜିତ ସମାରୋହରେ ଧର୍ମେନ୍ଦ୍ର କହିଛନ୍ତି ଯେ, ଖାଡି ଦେଶରେ ଏବେ ସ୍ଥିତି ବହୁ ସଙ୍କଟମୟ ରହିଛି। ସରକାର ମଧ୍ୟ ନିଜ ପକ୍ଷରୁ ସ୍ଥିତି ବଜାୟ ରଖିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି ଯେ, ଗତ କିଛି ଦିନ ମଧ୍ୟରେ ତେଲ ଦର ବୃଦ୍ଧି ପାଇଥିଲେ ବି ଏବେ ଦର କମିବାରେ ଲାଗିଛି। ଏପରିକି ତେଲ ଦର ଯେମିତି ଅଧିକ ବୃଦ୍ଧି ନ ପାଇବ ସେନେଇ ସରକାର ନିଜ ପକ୍ଷରୁ ପୁରା ଉଦ୍ୟମ ଜାରି ରଖିଛନ୍ତି।

କ୍ରୁଡ ଦାମ ବୃଦ୍ଧି ସମ୍ଭାବନା ନାହିଁ

ଇରାନ ସଙ୍କଟକୁ ଦୃଷ୍ଟିରେ ରଖି କଞ୍ଚା ତେଲ ଦରରେ ଉତାର ଚଢାବ ନେଇ ସେ କହିଛନ୍ତି ଯେ ଏ ସମୟରେ ସାରା ବିଶ୍ୱରେ ତେଲ ବଜାରରେ ପର୍ଯ୍ୟାପ୍ତ ପରିମାଣର ଯୋଗାଣ ହେଉଛି। ହେଲେ ଇରାନ ସଙ୍କଟ ତେଲ ଦର ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ସେ ଆହୁରି କହିଛନ୍ତି ଯେ, ଆମେରିକାରେ କଞ୍ଚା ତେଲ ଉତ୍ପାଦନ କମ ହେବ ନାହିଁ। ବରଂ ଏହା ବୃଦ୍ଧି ପାଇବା ଆଶା କରାଯାଉଛି। ଏଥିସହ ବ୍ରାଜିଲ, ନରୱେ, କାନାଡା ଭଳି ଦେଶରେ ମଧ୍ୟ ଉତ୍ପାଦନ ବଢୁଛି। ଯେଉଁଥି ପାଇଁ ପର୍ଯ୍ୟାପ୍ତ ପରିମାଣର ଉପଲବ୍ଧ ରହିବା ସହ କୄଡ୍ ଦରରେ ସେମିତି ବେଶୀ ବୃଦ୍ଧି ହେବ ନାହିଁ।

ତିନି ଦିନରେ ୩୮ ପଇସା ମହଙ୍ଗା

ଗତ ତିନି ଦିନ ମଧ୍ୟରେ ଦିଲ୍ଲୀରେ ପେଟ୍ରୋଲ ୨୭ ଓ ଡିଜେଲ୍ ୩୮ ପଇସା ପ୍ରତି ଲିଟର ମହଙ୍ଗା ହୋଇଛି। ଇଣ୍ଡିଆନ ଅଏଲ ୱେବସାଇଟ ଅନୁସାରେ ଶନିବାର ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇରେ ଡିଜେଲ୍ ଓ ପେଟ୍ରୋଲ ଦର ୭୬.୦୧, ୮୧.୬, ୭୮.୫୯, ୭୮.୯୮ ପ୍ରତି ଲିଟର ଦାମ ପହଞ୍ଚିଛି। ସେହିପରି ଡିଜେଲ୍ ଦର ୬୯.୧୭, ୭୨.୫୪, ୭୩.୧ ପ୍ରତି ଲିଟର ଦାମ ରହିଛି।