ନବନୀତା ବ୍ୟୁରୋ। ଆଜି ବର୍ଷର ଶେଷ ସୂର୍ଯ୍ୟ ପରାଗ ଲାଗିଛି। ଦେଶର ପୃଥକ୍ ପୃଥକ୍ ଭାଗରେ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେଉଛି। ସୂର୍ଯୋପରାଗ ସକାଳର ୮.୧୭ରୁ ଆରମ୍ଭ ହୋଇ ୧୦.୫୭ ଟା ଯାଏ ଚାଲିବ। ଏହା ଖଣ୍ଡିତ ସୂର୍ଯ୍ୟ ପରାଗ ଓ ଆଜି ପୌଷ ମାସ ଅମାବାସ୍ୟା ତିଥିରେ ଏହି ସୂର୍ଯ୍ୟ ପରାଗ ଲାଗିଛି। କେରଳ, ଗୁଜୁରାଟ, ଓଡ଼ିଶା ସହ ଦେଶର ଅନେକ ସହରରେ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେଉଛି।
ଦେଶ ଓ ବିଶ୍ଵର ପୃଥକ୍ ପୃଥକ୍ ଅଞ୍ଚଳରେ ସୂର୍ଯ୍ୟ ପରାଗ ଅଲଗା ଅଲଗା ସମୟରେ ଦେଖାଯିବ। ଦେଶର ରାଜଧାନୀ ଦିଲ୍ଲୀରେ ଏହି ସୂର୍ଯ୍ୟ ପରାଗ ସକାଳର ୮.୧୭ରୁ ଆରମ୍ଭ ହୋଇ ୧୦.୫୭ ମିନିଟ୍ ଯାଏ ଦେଖା ଯିବ। ଉତ୍ତର ଭାରତରେ ଏହି ସୂର୍ଯ୍ୟ ପରାଗ ଖଣ୍ଡିତ୍ ହେଉଥିବା ବେଳେ ଦକ୍ଷିଣ ଭାରତରେ କିଛି ଭାଗରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ ତଥା ଗୋଲାକାର ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେଉଛି।
ଦୁନିଆର ସବୁଠାରୁ ପ୍ରଥମେ କତର ଓ ଓମାନ ଠାରେ ସୂର୍ଯୋପରାଗ ଆରମ୍ଭ ହୋଇଛି। ହେଲେ ଭାରତର କେରଳ କାସର୍ଗୋଡ଼ର ଚେରୁବଥୂର୍ ଠାରେ ଆରମ୍ଭ ହୋଇଛି। ଭାରତର ପ୍ରମୁଖ ସହର ମଧ୍ୟରେ ସବୁଠୁ ପ୍ରଥମେ ମୁମ୍ବାଇରେ ଆରମ୍ଭ ହୋଇଛି। ୮.୪ ଟାରୁ ଆରମ୍ଭ ହୋଇଥିବା ଏହି ସୂର୍ଯ୍ୟ ପରାଗ ୧୧.୩୯ ଟା ଯାଏ ଦେଖା ଯିବ। ହେଲେ ପୋର୍ଟ ବ୍ଲେୟାର ରେ ସବୁଠାରୁ ଅଧିକ ସମୟ ୩ ଘଣ୍ଟା ୩୬ ମିନିଟ୍ ତକ୍ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବ।
