ପିନାକା ମିସାଇଲ ସିଷ୍ଟମର ସଫଳ ପରୀକ୍ଷଣ, ୭୫ କିଲୋମିଟର ଯାଏ ଲକ୍ଷ୍ୟଭେଦ କ୍ଷମତା

ଓଡ଼ିଶାଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ। ଡିଆରଡିଓ ପକ୍ଷରୁ ପୀନାକା ମିସାଇଲର ସଫଳ ପରୀକ୍ଷଣ କରାଯାଇଛି। ଓଡ଼ିଶା ଚାନ୍ଦିପୁର ରେଞ୍ଜରେ ଏହାର ପରୀକ୍ଷା କରାଯାଇଛି। ପୀନାକା ଏକ ଆର୍ଟିଲରି ମିସାଇଲ ସିଷ୍ଟମ ଅଟେ ଯାହା ୭୫ କିଲୋମିଟର ଦୂର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର କ୍ଷମତା ରହିଛି।

ଏହା ପୂର୍ବରୁ ୨୦୧୯ ମାର୍ଚ୍ଚ ୧୨ ତାରିଖରେ ରାଜସ୍ଥାନ ପୋଖରଣରେ ମଧ୍ୟ ଏହାର ସଫଳ ପରୀକ୍ଷଣ କରାଯାଇଥିଲା। ପରୀକ୍ଷା ସମୟରେ ମିସାଇଲ ନିର୍ଦ୍ଧାରିତ ଲକ୍ଷ୍ୟଭେଦ କରିବା ସହ ସଫଳତା ହାସଲ କରିଥିଲା।