ଆଜି ବଡ଼ ପରିବର୍ତ୍ତନ ସହ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଓହ୍ଲାଇବ ଇଣ୍ଡିଆ

ଖେଳଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ। ତିନି ଦିନିଆ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚରେ ଆଜି ଭାରତ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ପଡିଆକୁ ଓହ୍ଲାଇବ। ପ୍ରଥମ ମ୍ୟାଚ ହାରି ଥିବାରୁ ଏହି ମ୍ୟାଚ ଭାରତ ଲାଗି ବହୁ ଗୁରୁତ୍ବପୂର୍ଣ୍ଣ। କର ବା ମର ସ୍ଥିତିରେ ଟିମ୍ ଇଣ୍ଡିଆ। ତିନି ମ୍ୟାଚ ବିଶିଷ୍ଟ ସିରିଜରେ ରହିବାକୁ ହେଲେ ଟିମ୍ ଇଣ୍ଡିଆକୁ ଯେ କୌଣସି ପରିସ୍ଥିତିରେ ଆଜିର ମ୍ୟାଚ ଜିତିବାକୁ ପଡିବ। ପୂର୍ବ ମ୍ୟାଚରେ ବୋଲିଂରେ ସେତେଟା ଭଲ ପ୍ରଦର୍ଶନ ମିଳିନଥିଲା। ତେଣୁ ଏହି ମ୍ୟାଚରେ ଅଧିନାୟକ ବିରାଟ କୋହଲି ବୋଲର ପରିବର୍ତ୍ତନ କରି ପଡିଆକୁ ଓହ୍ଲାଇବ।

ବର୍ତମାନ ସମୟରେ ଭାରତୀୟ ବୋଲର ବହୁତ୍ କମଜୋର ଥିବା ଜଣା ପଡୁଛି । ମହମ୍ମଦ ଶାମୀ ବ୍ୟତୀତ ଟିମରେ ଅନ୍ୟ କୌଣସି ଅନୁଭବି ଦୃତ ବୋଲର ନାହାନ୍ତି। ତେବେ ବିକଳ୍ପ ଦୃତ ବୋଲର ଭାବେ ଦୀପକ ଚାହର, ଶାର୍ଦୂଲ୍ ଠାକୁର ଓ ଶିବମ୍ ଦୁବେ ଅଛନ୍ତି। ହେଲେ ତାଙ୍କ ପାଖରେ ୫ଟି ଦିନିକିଆର ମଧ୍ୟ ଅନୁଭବ ନାହିଁ। ଦୃତ ବୋଲର ବିକଳ୍ପ ନଥିଲେ ବି ସ୍ପିନରେ କୋହଲି ଜଣକୁ ପରିବର୍ତ୍ତନ କରିପାରନ୍ତି।

ରବୀନ୍ଦ୍ର ଜାଡେଜା ଜାଗାରେ ଯୁଜବେନ୍ଦ୍ର ଚହଳ

ଆଜିର ମ୍ୟାଚରେ କୋହଲି ଜାଡେଜାଙ୍କୁ ବସାଇ ଚହଳଙ୍କୁ ଖେଳାଇ ପାରନ୍ତି। କୁଲଦୀପ ଓ ଚହଳ ଯୋଡ଼ି ଭଲ ପ୍ରଦର୍ଶନ କରିବା ଆଶା ରହିଥିବାରୁ ପରବର୍ତ୍ତୀ ମ୍ୟାଚରେ ମଧ୍ୟ ଉଭୟଙ୍କୁ ଏକା ସହ ଖେଳାଇବାକୁ ଚାହିଁବେ ବିରାଟ।

ଶିବମ୍ ଜାଗାରେ ଶାର୍ଦୁଲ୍

ବୋଲିଂକୁ ଆହୁରି ଶକ୍ତିଶାଳୀ କରିବା ପାଇଁ କୋହଲି ଏହି ମ୍ୟାଚରେ ଆଲରାଉଣ୍ଡର ଶିବମ୍ ଦୁବେଙ୍କ ଜାଗାରେ ଶାର୍ଦୁଲ ଠାକୁରଙ୍କୁ ପ୍ଲେୟିଂ ଇଲେଭନରେ ସାମିଲ୍ କରି ପାରନ୍ତି। ଆହତ କାରଣରୁ ଭୁବନେଶ୍ୱର କୁମାର ସିରିଜରୁ ବାହାର ହେବା ପରେ ଠାକୁରଙ୍କୁ ଟିମରେ ସାମିଲ୍ କରାଯାଇଛି।

ଭାରତର ସମ୍ଭାବ୍ୟ ପ୍ଲେୟିଂ ଇଲେଭେନ୍

ରୋହିତ ଶର୍ମା, କେ ଏଲ ରାହୁଲ, ବିରାଟ କୋହଲି, ଶ୍ରେୟସ ଆୟର, ଋଷଭ୍ ପନ୍ତ, ମନୀଷ ପାଣ୍ଡେ, ଶାର୍ଦୂଲ ଠାକୁର, ଦୀପକ୍ ଚହର, ମହମ୍ମଦ ଶାମୀ, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା/ଯୁଜବେନ୍ଦ୍ର ଚହଳ